ମାନସ ଦାସ ଘରେ ପୁଲିସର ଛାନଭିନ
(ଭୁବନେରଶ୍ୱର): ମାନସ ଦାସ ଘରେ ପୁଲିସ ର ରେଡ । ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭନରେ ଯାଞ୍ଚ କରୁଛି ଖୋର୍ଦ୍ଧା ପୁଲିସ । ସତ୍ୟବ୍ରତ ନାରାୟଣ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ମାନବ ବାଦୀ ସଂଗଠନର ମୁଖ୍ୟ ମାନସ ଦାସ(ଗୁରୁଜୀ) । ଏ ନେଇ ସୂଚନା ଦେଇଛନ୍ତି ଏସ ଡିପିଓ ଶୁଶିଲ ମିଶ୍ର । ଏସଡିପିଓ ଶୁଶିଲ ମିଶ୍ରଙ୍କ ନେତୃତ୍ୱରେ ଖୋର୍ଦ୍ଧା ପୁଲିସର ଦୁଇଟି ଟିମ୍ ଚଢଉ କରିଥିଲେ । ଅପହରଣ, ହତ୍ୟା କରି ପ୍ରମାଣ ନଷ୍ଟ କରିବା ଦଫାରେ ଗିରଫ କରାଯାଇଛି । ମାନସ ଦାସ ପୁଅକୁ ମଧ୍ୟ ଗିରଫ କରିଛି ପୁଲିସ । ମାନସ ଦାସ ଙ୍କ ମାନବ ବାଦୀ ସଂଗଠନ ରେଜଷ୍ଟ୍ରେସନ ହୋଇଛି କି ନାହିଁ ଏବଂ ମାନବ ବାଦ ସଂଗଠନ ବାବଦରେ ଯାଞ୍ଚ କରୁଥିବା ଖୋର୍ଦ୍ଧା ଏସଡିପିଓ ଶୁଶିଲ ମିଶ୍ର ସୂଚନା ଦେଇଛନ୍ତି । ଚଢଉ ବେଳେ କିଛି ଫୋଟୋ କମ୍ପ୍ୟୁଟର, ବ୍ୟାଙ୍କ ପାସବୁକ୍ ଓ ଚେକବୁକ, ମାନବବାଦ ସଂଗଠନର, କାଗଜପତ୍ର, ମାନବବାଦ ସଂଗଠନର ପିତଳର ଲୋଗ ଏବଂ ବ୍ୟାନର ମିଳିଥିବା କହିଛନ୍ତି ଖୋର୍ଦ୍ଧ ଏସଡିପିଓ ।