ବଜ୍ରପାତରେ ଜଣେ ମୃତ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସାମନ୍ତରାପଲି ଗାଁରେ ବଜ୍ରପାତ ଘଟି ଜଣେ ଗାଇ ଜଗାଳିର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସାମନ୍ତରାପାଲି ଗ୍ରାମର ରବୀନ୍ଦ୍ର ଗୌଡ଼ l ଖରିଡା ଗ୍ରାମ ନିକଟରେ ମଇଁଷି ଚରାଉଥିବା ବେଳେ ହଠାତ ବଜ୍ରପାତର ଶିକାର ହୋଇଥିଲେ ରବିନ୍ଦ୍ର l ବଜ୍ରପାତ ଯୋଗୁଁ ରବୀନ୍ଦ୍ରଙ୍କ ବିଭିନ୍ନ ଅଙ୍ଗ ପୋଡ଼ିଯାଇଥିବା ବେଳେ ତାଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା l ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି l