ସମୀକ୍ଷା ବୈଠକରେ ଯୋଗ ଦେବନି ମମତା ବାନାର୍ଜୀ
ମୋଦିଙ୍କ ସମୀକ୍ଷା ବୈଠକରେ ଯୋଗ ଦେବନି ମମତା ବାନାର୍ଜୀ। ବୈଠକକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଡକାଯିବା ହେତୁ ଆସିବେନି ମମତା ବାନାର୍ଜୀ ।
(ଦିଲ୍ଲୀ) : ମୋଦିଙ୍କ ସମୀକ୍ଷା ବୈଠକରେ ଯୋଗ ଦେବନି ମମତା ବାନାର୍ଜୀ। ବୈଠକକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଡକାଯିବା ହେତୁ ଆସିବେନି ମମତା ବାନାର୍ଜୀ । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ କୋଲକତାରେ ଥିଲା ସମୀକ୍ଷା ବୈଠକ। ଓଡ଼ିଶାରେ ସମୀକ୍ଷା ବୈଠକ ସାରି ଏରିଏଲ୍ ସର୍ଭେ କରୁଛନ୍ତି ମୋଦି।
କାଲିକୁଣ୍ଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଡକାଯାଇଥିବା ସମୀକ୍ଷା ବୈଠକରେ ମମତା ବାନାର୍ଜୀ ଯୋଗଦେବେ ନାହିଁ। ଅବଶ୍ୟ, ସେ କେବଳ ଏକ ଡକ୍ୟୁମେଣ୍ଟ ହସ୍ତାନ୍ତର କରିବାକୁ କାଲିକୁଣ୍ଡା ଯିବେ। ଯେଉଁଥିରେ ବାତ୍ୟା ୟାସ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ଥିବ।