ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା

କୋଲକାତା: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ । ଆଜି ମମତା ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରିଛନ୍ତି । ରାଜ୍ୟପାଳ ଜଗଦୀପ ଧନଖର ରାଜଭବନରେ ମମତାଙ୍କୁ ଶପଥପାଠ କରାଇଛନ୍ତି । ତେବେ ଆଜିର ଏହି ଶପଥ ପାଠ ଉତ୍ସବ ନିରାଡମ୍ବରଭାବେ କୋଭିଡ କଟକଣା ମଧ୍ୟରେ ହାତଗଣତି ଅତିଥିଙ୍କୁ ନେଇ ପାଳିତ ହୋଇ ଯାଇଛି । ଆଜି କେବଳ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଶପଥପାଠ କରିଛନ୍ତି । ଆସନ୍ତା ୯ ତାରିଖରେ ମମତାଙ୍କ ତୃତୀୟ ପାଳିର ସଦସ୍ୟମାନେ ଶପଥପାଠ କରିବେ ।
ପଶ୍ଚିମ ବଙ୍ଗରେ ଚଳିତ ନିର୍ବାଚନରେ ମମତା ବାନାର୍ଜୀ ନନ୍ଦିଗ୍ରାମ ଟିକେଟରୁ ବିଜେପିର ସୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ ମଧ୍ୟ ରାଜ୍ୟର ୨୯୨ ଆସନ ମଧ୍ୟରୁ ଦଳ ୨୧୩ ଆସନରେ ବିଜୟ ହାସଲ କରିଛି । ଅନ୍ୟପଟେ ବିଜେପିର ସମସ୍ତ କଳ ବଳ କୌଶଳ ପ୍ରୟୋଗ ସତ୍ତେ୍ୱ ଦଳ ୭୭ ଆସନ ପାଇଛି ।