‘ଦିଦି’ ରୁ ‘ଆମ୍ମା’ ହେବା ପରେ ଚର୍ଚ୍ଚାରେ ମମତା ବାନାର୍ଜୀ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମସ୍ତେ ‘ଦିଦି’ ନାମରେ ଜାଣନ୍ତି। ପଶ୍ଚିମବଙ୍ଗର ‘ଦିଦି’ ଏବେ ତାମିଲନାଡୁରେ ‘ଆମ୍ମା’ ହୋଇଯାଇଛନ୍ତି। ଏହାର ପ୍ରମାଣ ଦକ୍ଷିଣ ଭାରତୀୟ ରାଜ୍ୟର କାନ୍ଥରେ ଅଙ୍କିତ ମମତା ବାନାର୍ଜୀଙ୍କୀ ଚିତ୍ରରୁ ପ୍ରମାଣ ମିଳିଛି ।
(କୋଲକତା) : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମସ୍ତେ ‘ଦିଦି’ ନାମରେ ଜାଣନ୍ତି। ପଶ୍ଚିମବଙ୍ଗର ‘ଦିଦି’ ଏବେ ତାମିଲନାଡୁରେ ‘ଆମ୍ମା’ ହୋଇଯାଇଛନ୍ତି। ଏହାର ପ୍ରମାଣ ଦକ୍ଷିଣ ଭାରତୀୟ ରାଜ୍ୟର କାନ୍ଥରେ ଅଙ୍କିତ ମମତା ବାନାର୍ଜୀଙ୍କୀ ଚିତ୍ରରୁ ପ୍ରମାଣ ମିଳିଛି । ମମତାଙ୍କୁ ସେଠାରେ ‘ଆମ୍ମା’ କହି ସମ୍ବୋଧିତ କରାଯାଇଛି। ତାମିଳନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କୁ ‘ଆମ୍ମା’ ବୋଲି କୁହାଯାଇଥାଏ। ତୃଣମୂଳ କଂଗ୍ରେସ ସରକାରରେ ମନ୍ତ୍ରୀ ଏହି ଚିତ୍ରର ସମ୍ପର୍କ ଗତ ମାସରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ସହ ଯୋଡିଛନ୍ତି।
ସୂଚନାନୁଯାୟୀ , ତାମିଲନାଡୁରେ ‘ଆମ୍ମା’ର ଅର୍ଥ ହେଉଛି ମା’ । ପଶ୍ଚିମବଙ୍ଗରେ ‘ଦିଦି’ ଓ ତାମିଲନାଡୁରେ ‘ଆମ୍ମା’ର ରାଜନୈତିକ ଗୁରୁତ୍ବ ସାମନ ରହିଛି। ପଶ୍ଚିମବଙ୍ଗ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ସୁବ୍ରତ ମୁଖାର୍ଜୀ କହିଛନ୍ତି, ପଶ୍ଚିମବଙ୍ଗରେ ହୋଇଥିବା ଯୁଦ୍ଧକୁ ପୁରା ଭାରତ ଦେଖିଛି। କୌଣସି ପ୍ରକାରରେ ଦିଦିଙ୍କର ରାଷ୍ଟ୍ରୀୟ ସ୍ତରରେ ଖୁବ୍ ଭଲ ସ୍ଥିତି ରହିଛି ଓ ଏହି ବିଜୟ ସହିତ ଉତ୍ତର ଭାରତରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ବିଷୟରେ କଥା ହେଉଛନ୍ତି। ଏଭଳି ଭାବରେ ଏହି ଚିତ୍ର ସାମନାକୁ ଆସିଛି।