ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଖୁବଶିଘ୍ର କଂଗ୍ରେସ ଅଧ୍ୟକ୍ଷା ସୋନାଆ ଗାନ୍ଧୀଙ୍କ ସହିତ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ଜୁଲାଇ ୨୫ରେ ଭେଟିବାକୁ ଯୋଜନା ରଖିଛନ୍ତି । ଆଗାମୀ ସଂସଦ ର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ସହିତ ଦରବୃଦ୍ଧି କୁ ନେଇ ସରକାଙ୍କୁ ଘେରିବାକୁ ଯୋଜନା ଚାଲିଛି । ସୋନିଆ ଗାନ୍ଧୀ, ଅଖିଳେଶ ଯାଦବ, ଅରବିନ୍ଦ କେଜିରଓ୍ବାଲ ଙ୍କୁ ଭେଟିବାର ସୂଚନା ମଧ୍ୟ ରହିଛି । ପଶ୍ଚିମବଙ୍ଗ ବିଧାନସଭାରେ ବିପୁଳ ବିଜୟ ପାଇବା ପରେ ମମତା ବାନାର୍ଜି ଭାରତୀୟ ଜନତା ପାର୍ଟି ର ଏକ ଦୃଢ ବିରୋଧୀ ଭାବେ ସାମ୍ନା କରିବା ନେଇ କଳ୍ପନା ଜଳ୍ପନା ଚାଲିଛି ।