ଭୁବନେଶ୍ଵର(ସରୋଜ କୁମାର ରାଉତ): ଭୁବନେଶ୍ଵର ଓଲଡ ଟାଉନ ଘୁସାରେଶ୍ଵର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବେପରୁଆ ଗାଡି ଚାଳନା ପାଇଁ ଯାଉଛି ୫ଟି ନିରୀହ ଜୀବନ। ଏକ ଇନୋଭା କାର ଚଢିଯିବାରୁ ଏକ ସାଙ୍ଗରେ ୫ଟି କୁକୁର ପ୍ରାଣ ହରାଇଛନ୍ତି। ଲିଙ୍ଗରାଜ ଥାନାରେ ଏ ନେଇ ଏତଲା ହେବା ପରେ ଅଭିଯୁକ୍ତ ପ୍ରଫୁଲ୍ଲ ରାଉତଙ୍କୁ ପୋଲିସ ଗିରଫ କରିଛି। ଦଫା ୪୨୯, ୫୦୬, ୨୯୪ ସେକ୍ସନ ୧୧ କ୍ରୁଏଲଟି ଆନିମଲ ଆକ୍ଟ ଅନୁସାରେ ପ୍ରଫୁଲ୍ଲଙ୍କ ମାମଲା ରୁଜୁ ହୋଇଛି। ୫ଟି କୁକୁରଙ୍କ ହତ୍ୟା କରିଥିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ପ୍ରଫୁଲ୍ଲଙ୍କୁ ଗିରଫ କରିଥିବା ଜଣାପଡ଼ିଛି।