ବିଜାପୁର ଗୁଳିବିନିମୟ : ହାର୍ଡକୋର ମାଓବାଦୀ ମୃତ

ବିଜାପୁର ଜିଲ୍ଲାରେ ଗୁଳିବିନିମୟ।

(ମାଲକାନଗିରି) : ବିଜାପୁର ଜିଲ୍ଲାରେ ଗୁଳିବିନିମୟ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତ ମାଓବାଦୀ ଜଣଙ୍କ ହେଉଛନ୍ତି ବିଜାପୁର ନକ୍ସଲ ସଙ୍ଗଠନର ଡେପୁଟି କମାଣ୍ଡର ରିତେଶ ପୁନେମ। ତାଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ତିନି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ସୂଚନାନୁଯାୟୀ , ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ତେବେ ଗୁଳି ବିନିମୟ ବେଳେ ରାମଲୁ ହେମଲା ନାମକ ଜଣେ ଯବାନ ଆହତ ହୋଇଥିବା ଜଣାପଡିଛି। ବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ପରେ ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଘଟଣାସ୍ଥଳରୁ ସବୁ ଫେରାର ହେଇଯାଇଛନ୍ତି ।