କଲିମେଳା ବ୍ଲକ ଏମପିଭି-୨୪ ଗ୍ରାମରେ ମାଣ୍ଡିଆ ଓ କିରୋସିନ ତେଲରେ ଦୁର୍ନୀତି

(ସୂର୍ଯ୍ୟକାନ୍ତ ବେହେରା/ ମାଲକାନାଗିରି): କରୋନା ଭୂତାଣୁ ସହ ଏବେ ସାରା ବିଶ୍ୱ ଯୁଦ୍ଧ କରୁଛି । ମାଲକାନଗିରି ଜିଲ୍ଲା ମଧ୍ୟ୍ୟ ଏହି ଲକଡାଉନକୁ ପାଳନ କରି ସାମାଜିକ ଦୁରତା ରକ୍ଷା କରୁଛି । ଏହି ସ୍ଥିତିର ଜଟିଳତାକୁ ସମୀକ୍ଷା କରି ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସାହାଯ୍ୟ, ସହଯୋଗ, ସହାୟତା ଅଗ୍ରାମୀ ଭାବରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଉଛି । କିନ୍ତୁ ମାଲକାନଗିରି ଜିଲ୍ଲା କଲିମେଳା ବ୍ଲକ ଅନ୍ତର୍ଗତ ଗମ୍ଫକ୍ଷକୋଣ୍ଡା ଗ୍ରାମ ପଂଚାୟତ ଏମପିଭି-୨୪ ଗ୍ରାମର ରାସନ କାର୍ଡଧାରି ମାନଙ୍କୁ କିରୋସିନ ତେଲ ଲିଟର ପିଛା ୨୬ଟ ୬୮ ପଇସା ବଦଳରେ ୪୦ ଟଙ୍କା ଦରରେ ବଣ୍ଟାଯାଇଛି । ସେହି ପାରି ଅନ୍ୟ ପଞ୍ଚାୟତରେ କାର୍ଡଧାରୀ ମାନଙ୍କ ମାନଙ୍କୁ ମାଣ୍ଡିଆ ପିଡିଏଚ ତରଫରୁ ମିଳିଥିବା ବେଳେ ଗମ୍ଫକ୍ଷକୋଣ୍ଡା ପଞ୍ଚାୟତରେ ବଣ୍ଟା ଯାଇନାହିଁ । ଏହି ତଥ୍ୟ କୁ ଜାଣିବା ପାଇଁ ସରପଞ୍ଚ ଲଷ୍ମୀ କବାସୀ ଭିଏଲଡବ୍ଲୁ ପଦ୍ମ ପଟନାୟକଙ୍କୁ ପଚାରିବାରୁ ସେମାନଙ୍କୁ କିଛି ଅବଗତ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏହି ବିଷୟରେ ଗ୍ରାମବାସୀ ମାନେ ଆଲୋଚନା କରି ଗଣମାଧ୍ୟମକୁ ଜଣାଇବା ଖବର ଶୁଣି କଲିମେଳା ଏମଆଇ ପ୍ରଭାତ ମହାନ୍ତି ଏମପିଭି-୨୪ ଗ୍ରାମରେ ପହଞ୍ଚି ଗରିବ ଲୋକଙ୍କର ରାସନ କାର୍ଡ଼ ମାଗି ତାହାକୁ କ୍ୟାନସଲ କରାଯିବ ଓ ଏହି ବିଷୟରେ କେହି ଯଦି ରାଜନୀତି କିମ୍ବା ପାଟି ଫିଟାନ୍ତି ସେମାନଙ୍କୁ ଉଠାଇ ନେଇଯିବି ଓ ତାଙ୍କ ନା ରେ ମିଛ କେଶ ଲଗାଇ ଥାନାରେ ପୁରାଇଦେବି ବୋଲି ହିତାଧିକାରୀମାନଙ୍କୁ ଧମକ ଦେଇଛନ୍ତି । ଏହି ବିଷୟରେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ଅବିଳମ୍ବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।