ଡିନରରେ ଖାଆନ୍ତୁ ସୁଜି ଫ୍ରାଇଡ ଫିସ

(ମମତା ସାମଲ)ରିପୋର୍ଟସଟୁଡେ: ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ‘ସୁଜି ଫ୍ରାଇଡ ଫିସ୍’ ।
ଆବଶ୍ୟକ ସାମଗ୍ରୀ : ସୁଜି – ୧/୨ କପ୍‌
ଲାଲ ଲଙ୍କା ପାଉଡା – ୧/୨ ଟେବୁଲ ଚାମଚ
ଲୁଣ – ସ୍ୱାଦାନୁସାରେ
ଧନିଆ ପତ୍ର – ଅଳ୍ପ
ପାଣି – ଆବଶ୍ୟକ ଅନୁଯାୟୀ
ମାଛ – ୪ ପିସ୍‌
ଅଦା – ୧/୨ ଇଞ୍ଚ୍‌ ଖଣ୍ଡ
କୋକୋନଟ୍‌ କୁକିଂ ଅଏଲ – ୨ ଟେବୁଲ ଚାମଚ
ତେନ୍ତୁଳି ପେଷ୍ଟ – ୧/୨ ଟେବୁଲ ଚାମଚ
ପ୍ରସ୍ତୁତି ପ୍ରଣାଳୀ: ମାଛକୁ ମେରିନେଟ୍‌ କରିବା ପରେ ଏକ ପାତ୍ରରେ ହଳଦି, ଲାଲ ଲଙ୍କା ପାଉଡର, ଅଦା, ରସୁଣ, ତେନ୍ତୁଳି ପେଷ୍ଟ ଏବଂ ଲୁଣ ନେଇ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ପ୍ଲେଟରେ ମାଛ ପିସ ରଖି ମାଛକୁ ଭଲଭାବେ ସେହି ମିଶ୍ରଣରେ ବୁଡାଇ ଦିଅନ୍ତୁ। ଏହାପରେ ଏପରି ଭାବେ ମାଛକୁ ୩୦ ମିନିଟ୍‌ ପଯ୍ୟର୍ନ୍ତ ରଖିଦିଅନ୍ତୁ। କଡାରେ ତେଲକୁ ଧିମା ଆଞ୍ଚରେ ଗରମ କରନ୍ତୁ। ୩୦ ମିନିଟ୍‌ ପରେ ମାଛ ସବୁକୁ ନେଇ ସୁଜିରେ ମିଶାଇ ଦିଅନ୍ତୁ। ଏହାକୁ ମିଶ୍ରଣରେ ବୁଡାଇବା ପରେ ତେଲରେ ଛାଣନ୍ତୁ। ମାଛ ସୁନେଲୀ ରଙ୍ଗ ହୋଇଗଲା ପରେ ବାହାରକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଫ୍ରାଇଡ ଫିସ୍‌। ଏହାକୁ ଆପଣ ଚିଲ୍ଲୀ ସସ୍‌ ଏବଂ ପିଆଜ ସହିତ ଡିନରରେ ଖାଇପାରିବେ।