ମକର ସଂକ୍ରାନ୍ତି ପ୍ରସ୍ତୁତ କରନ୍ତୁ ମୁଢି ମୁଆଁ

0

(ମମତା ସାମଲ): ମକର ସଂକ୍ରାନ୍ତି ପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହି ଦିନ ଦେବାଦେବୀଙ୍କ ନିକଟରେ ମୁଢି ମୁଆଁ ଭୋଗ ଦିଆଯାଏ । ବନ୍ଧୁବାନ୍ଧବଙ୍କ ଘରକୁ ମଧ୍ୟ ମୁଢି ମୁଆଁ ଦିଆଯାଏ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ମୁଢି ମୁଆଁ ।
ଆବଶ୍ୟକୀୟ ସାମଗ୍ରୀ: ମୁଢି ୧୦୦ ଗ୍ରାମ,ଗୁଡ ୨୦୦ ଗ୍ରାମ, ଆବଶ୍ୟକୀୟ ପାଣି ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପ୍ୟାନରେ ପାଣି ଏବଂ ଗୁଡକୁ ପକାଇ ଧୀମା ଆଞ୍ଚରେ ଭାଜନ୍ତୁ। ଯେତେବେଳେ ଗୁଡ ମେଲ୍ଟ ହୋଇଯିବ ଏବଂ ଏହା ଫୁଟି ଆସିବ ସେତେବେଳେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଅନ୍ୟ ପ୍ୟାନରେ ମୁଢ଼ିକୁ ହାଲକା ବ୍ରାଉନ ହେବା ପର୍ୟ୍ୟନ୍ତ ଫ୍ରାଏ କରନ୍ତୁ। ଏବେ ମୁଢ଼ିକୁ ମେଲ୍ଟ କରି ରଖିଥିବା ଗୁଡରେ ମିଶାଇ ଭଲଭାବେ ମିକ୍ସ କରନ୍ତୁ। ହାତରେ ଅଳ୍ପ ଘିଅ ଲଗାଇ ପ୍ରସ୍ତୁତ ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ ମୁଆଁ ବା ଲଡୁ ପ୍ରସ୍ତୁତ କରନ୍ତୁ। ଧ୍ୟାନ ରଖନ୍ତୁ ଯେତେବେଳେ ମିଶ୍ରଣ ହାଲକା ଗରମ ହୋଇଥିବ ସେତେବେଳେ ପ୍ରସ୍ତୁତ କରିବେ। ମୁଆଁକୁ ପ୍ରସ୍ତୁତ କରି କିଛି ସମୟ ପାଇଁ ଛାଡି ଦିଅନ୍ତୁ। ଯାହାଦ୍ୱାରା ଏହା ସେଟ୍‌ ହୋଇଯିବ।