ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା କଖାରୁ ମଲାଇ ।
ଆବଶ୍ୟକୀୟ ସାମଗ୍ରୀ: କଖାରୁ,ଅରୁଆ ଚାଉଳ,ଗୁଜୁରାତି ଗୁଣ୍ଡ,କାଜୁ,କିସମିସ,ଚିନି,ଲୁଣ,ତେଲ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ କଖାରୁକୁ କୋରି ଦିଅନ୍ତୁ । ସେହିପରି ଅରୁଆ ଚାଉଳକୁ ଭାଜି ଗୁଣ୍ଡ କରି ଦିଅନ୍ତୁ । ଏବେ କଡେଇରେ ଅଳ୍ପ ତେଲ ଗରମ କରି କାଜି ଓ କିସମିସ ଭାଜି ଦିଅନ୍ତୁ । ଏହାପରେ କ୍ଷୀର ପକାଇ ଫୁଟାନ୍ତୁ । କ୍ଷୀର ଫୁଟିବା ପରେ କଖାରୁ କୋରା ପକାଇ ଭଲ ଭାବେ ଗୋଳାନ୍ତୁ । ସେଥିରେ ଚିନି ଓ ସ୍ୱାଦଅନୁସାରେ ଲୁଣ ପକାଇ ଭଲ ଭାବେ ଫୁଟାନ୍ତୁ । କଖାରୁ ସିଝି ଯିବା ପରେ ଭଜା ଚାଉଳ ଗୁଣ୍ଡ ଓ ଭଜା କାଜୁ ଏବଂ କିସମିସ ପକାଇ ଘାଣ୍ଟନ୍ତୁ । ଏହାପରେ କ୍ଷୀର ମରିଯିବା ପରେ ଗୁଜୁରାତି ଗୁଣ୍ଡ ପକାଇ ଚୁଲି ବନ୍ଦ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କଖାରୁ ମଲାଇ ।