( ଆଦର୍ଶ ରାଉତ) : ଓଡ଼଼ିଶାକୁ ଶିଳ୍ପ କ୍ଷେତ୍ରରେ ସମୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ ଆୟୋଜିତ ହୋଇଛି । ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କନକ୍ଲେଭର ଆଜି ଚତୁର୍ଥ ଦିନ । ଗତକାଲି ଏଥିରେ ପ୍ରଥମ ପର୍ୟ୍ୟାୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ), ସ୍ୱାସ୍ଥ୍ୟସେବା ,ବୟନ ଶିଳ୍ପ ଓ କୃଷି କ୍ଷେତ୍ର ରେ ଅର୍ଥ ବିନିଯୋଗ ନେଇ ଆଲୋଚନା ହୋଇଥିଲା । ଓଡ଼ିଶାରେ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ସରକାରୀ ଓ ଘରୋଇ ଭାଗୀଦାରୀରେ ପୁଞ୍ଜି ନିବେଶ ହେବ ।
କୃଷି କ୍ଷେତ୍ରରେ ମାନେ କୃଷକ ମାନଙ୍କ ର ଉନ୍ନତି ନିମନ୍ତେ ସରକାର ଓ ଟଫିର ମିଳିତ ଉଦ୍ୟମରେ କୃଷକ ମାନଙ୍କୁ ଚାଷ କରିବା ପାଇଁ ଭଡାରେ ଟ୍ରାକଟର ଯୋଗାଇ ଦିଆଯିବ , ଯାହାଦ୍ୱାରା ସେମାନେ ଅଳ୍ପ ଖର୍ଚରେ ଅଧିକ ଲାଭବାନ ହୋଇପାରିବେ । ସେମାନ ଙ୍କୁ ମଧ୍ୟ ନୂଆ କୃଷି ଯନ୍ତ୍ର କିଣିବାକୁ ପଡିବ ନାହିଁ ସେମାନେ ଯତେିକି କୃଷି ଯନ୍ତ୍ର ଅଛି ସେତିକି ରେ କାର୍ଯ୍ୟ କରିବେ ଅଧିକ ଆବଶ୍ୟକ ହେଲେ ଟଫି ଯୋଗାଇଦେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନି ରେ ଟଫି ପକ୍ଷରୁ କୁହାଯାଇଛି ।