ମେକ ଇନ ଓଡ଼ିଶା ମହାକୁମ୍ଭ ; ପ୍ରଥମ ଦିନରେ ଉଦଘାଟନ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସୁଛି ଜନତା ମଇଦାନ

ତୃତୀୟ ସଂସ୍କରଣରେ ୧୦୦ ରୁ ଅଧିକ ଶିଳ୍ପପତି ସାମିଲ, ୭ଟି ପ୍ରମୂଖ ସେକ୍ଟର ଉପରେ ରହିଛି ଫୋକସ୍

0

ଭୁବନେଶ୍ୱର : ଆରମ୍ଭ ହୋଇଛି ମେକ ଇନ ଓଡ଼ିଶା ମହାକୁମ୍ଭ | ଝଲସୁଛି ଜନତା ମଇଦାନ । ମେକଇନ ଓଡିଶାର ତୃତୀୟ ସଂସ୍କରଣ ସରକାରଙ୍କ ବଡ଼ ଆୟୋଜନ । ଆଜି ଠୁ ଆରମ୍ଭ ହୋଇଥିବା ଏହି ସଂସ୍କରଣ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ 100 ରୁ ଅଧିକ ଟି ଶିଳ୍ପପତି ଯୋଗ ଦେଇଥିବ ବେଳେ 130 ଟି ଶିଳ୍ପ ସଂସ୍ଥା ପୁଞ୍ଜି ନିବେଷ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ଏପରିକି ଗତ ଦୁଇଟି ସଂସ୍କରଣ ଅପେକ୍ଷା ଚଳିତ ଥର ଅଧିକ ଅର୍ଥାତ 6 ଲକ୍ଷ କୋଟି ରୁ ଉର୍ଦ୍ଧ୍ବ ପୁଞ୍ଜି ନିବେଶର ବି ଆଶା କରିଛନ୍ତି ସରକାର । ବିଶେଷ କରି ୭ ଟି ପ୍ରମୂଖ ସେକ୍ଟର ଉପରେ ଫୋକସ୍ ରଖାଯାଇଛି ।

ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ,ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟର କୁ ଅଧିକ ଫୋକସ୍ କରାଯାଇଛି । ସେହିପରି ମେକଇନ ଓଡିଶା ପାଇଁ ଚଳିତ ଥର ଜାପାନ, ନରୱେ ଏବଂ ଜର୍ମାନୀର କଣ୍ଟ୍ରି ପାର୍ଟନର ରଖା ଯାଇଥିବା ବେଳେ ମିତ୍ତଲ, ବିର୍ଲା, ବେଦାନ୍ତ, ଜିନ୍ଦଲ କମ୍ପାନୀ ଗ୍ରୁପ ଭଳି ବଡ଼ ବଡ଼ ଶିଳ୍ପ ପତି ଯୋଗ ଦେଇଛନ୍ତି । ତେବେ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବକ୍ତବ୍ୟ ରେ କହିଛନ୍ତି ଆଗାମୀ ଦିନରେ ଓଡିଶା ହେବ ଶିଳ୍ପ ସମୃଦ୍ଧ ରାଜ୍ୟ ।