ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ପନୀର

0

(ମମତା ସାମଲ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ପନୀର ଖିରୀ ।
ଆବଶ୍ୟକୀୟ ସାମଗ୍ରୀ: ୩ ଲିଟର କ୍ଷୀର,ଅଧା ପକ ଚିନି, କିଛି ଗୁଜୁରାତି ଗୁଣ୍ଡ,୧୨ଟା ବାଦାମ ଗୁଣ୍ଡ,ଗୋଟେ ଚୁଟକୀ କେଶର,୨ଚାମଚ ଲେମ୍ବୁ ରସ ।
ପ୍ରସ୍ତୁତ ପ୍ରଣାଳୀ:
ଚୂଲିରେ ଏକ ପ୍ୟାନ ବସାଇ କ୍ଷୀର ଗରମ କରନ୍ତୁ । ଏହା ଅଧା ପରିମାଣକୁ ଆସିବା ପର୍ଯ୍ୟନ୍ତ ଫୁଟାନ୍ତୁ । ଆଉ ଏକ ପାତ୍ରରେ ବଳକା କ୍ଷୀର ଗରମ କରି ଛେନା ଛିଡାଇ ଦିଅନ୍ତୁ । ଏବେ ଏହି ଛେନାକୁ ଏକ ପତଳା କପଡାରେ ଚିପୁଡି ପାଣି ବାହାର କରିଦିଅନ୍ତୁ । ପାଣି ଗଡିଗଲା ପରେ ପନିର ବସିଯିବ । ସେପଟେ କ୍ଷୀର ଫୁଟି ଫୁଟି ଅଧା ହୋଇଗଲା ପରେ ସେଥିରେ ଚିନି ଆଉ କେଶର ମିଶାଇ ଦିଅନ୍ତୁ । ଏବେ ଆଉ ଟିକେ ଫୁଟାନ୍ତୁ । ପୂର୍ବରୁ ପ୍ରସ୍ତୁତ ହୋଇଥିବା ପନିରକୁ ଫୁଟାଯାଇଥିବା କ୍ଷୀରରେ ପକାନ୍ତୁ । ଏବେ ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ ଆଉ ଚୁଲିରୁ ଓହ୍ଲାଇ ଦିଅନ୍ତୁ । ଏହି ଖିରିକୁ ଏକ ସର୍ଭିଙ୍ଗ ବାଉଲରେ ଓଜାଡି ଗୁଣ୍ଡ ନଟ୍ସ ଆଦି ଦେଇ ସଜେଇ ଦିଅନ୍ତୁ । ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପନୀର ଖିରୀ ।