ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଚିକେନ ରସା

0

(ମମତା ସାମଲ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଚିକେନ ରସା ।
ଆବଶ୍ୟକୀୟ ସାମଗ୍ରୀ : ଚିକେନ -୫୦୦ ଗ୍ରାମ,ପିଆଜ-୨ଟା,ଟମାଟୋ-୧,କଞ୍ଚା ଲଙ୍କା,ଡାଲଚିନି, ଗୋଲ ମରିଚ,ତେଲ,ଜିରା ଗୁଣ୍ଡ,ଦନିଆ ଗୁଣ୍ଡ,ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ତେଜପତ୍ର, ଅଦାରସୁଣ ପେଷ୍ଟ,ନଡିଆ ରସ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଗ୍ୟାସରେ କଡେଇ ବସାଇ ସେଥିରେ ରିଫାଇନ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ଗୋଟା ଗୋଲ ମରିଚ, ତେଜପତ୍ର ଓ ଡାଲଚିନି ସହ ଲଙ୍କା ଗୁଣ୍ଡ ପକାନ୍ତୁ । ଏହା ସହିତ ସେଥିରେ କିଛି କଟା ପିଆଜ ଏବଂ ଟମାଟୋ ପକାଇ ଭାଜନ୍ତୁ । ପିଆଜ ଟିକେ ଲାଲ ହୋଇଯିବା ପରେ ସେଥିରେ ଅଦା ଓ ରସୁଣ ପେଷ୍ଟ ପକାଇ ମସଲାକୁ ଭଲ ଭାବେ କଷନ୍ତୁ । ମସଲା କଷି ହୋଇଯିବା ପରେ ସେଥିରେ ଚିକେନ ପକାନ୍ତୁ । ଚିକେନରେ ହଳଦୀ ଓ ଲୁଣ ପକାଇ ଭଲ ଭାବେ କଷନ୍ତୁ । ଚିକେନ ଭଲ ଭାବେ କଷି ହୋଇଯିବା ପରେ ସେଥିରେ କଟା ପିଆଜ,ଜିରା ଓ ଧନିଆ ଗୁଣ୍ଡ ପକାନ୍ତୁ ଓ ଭଲ ଭାବେ ଗୋଳାଇ ଦିଅନ୍ତୁ ।
ଚିକେନ ପୂରା କଷି ହୋଇଯିବା ପରେ ସେଥିରେ ନଡିଆ ରସ ପକାଇ ଅଳ୍ପ ପାଣି ଦିଅନ୍ତୁ ଏବଂ କଡେଇରେ ଢାଙ୍କୁଣି ଦେଇ ଏହାକୁ ସିଝିବାକୁ ଛାଡି ଦିଅନ୍ତୁ । ଚିକେନ ସିଝି ଗଲା ପରେ କଡେଇକୁ ଗ୍ୟାସରୁ ଓହ୍ଲାଇ ଆଣନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଚିକେନ ରସା ।