ମଣିପୁରରେ ଦୁଇ ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ

୨ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ମଣିପୁର: ମଣିପୁର ହିଂସା ଘଟଣା, କୁକି ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ରାସ୍ତାରେ ବିବସ୍ତ୍ର କରି ଚଳାଇ ନେବାର ଭିଡିଓ ହେଲା ଭାଇରାଲ | କୁହାଯାଉଛି ଏହା ମେ ୪ ତାରିଖର ଭିଡିଓ । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା | ଘଟଣାର ଦୁଇ ମାସ ପରେ ଅଭିଯୁକ୍ତ ଖୁୟରୁମ୍ ହେରାଦାସଙ୍କୁ ଗିରଫ କରିଛି ପୋଲିସ । ଭିଡିଓ ଭାଇରାଲ ପରେ ସରକାରଙ୍କ ପକ୍ଷରୁ ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆରେ ଭିଡିଓ ସେୟାର ନକରିବାକୁ କଡା ନିର୍ଦ୍ଦେଶ |

ଅଧିକାରୀଙ୍କ କହିବା ମୁତାବକ, ଏହି ଭିଡିଓ ଇଣ୍ଡିଜିନସ୍ ଲିଡର୍ସ ଫୋରମ୍ (ଆଇଟିଏଲଏଫ୍) ର ଗୁରୁବାର ହେବାକୁ ଥିବା ପ୍ରଦର୍ଶନର ଠିକ୍ ଦିନକୁ ପୂର୍ବରୁ ଭାଇରାଲ ହୋଇଛି । କିଛି ଉଦ୍ଦେଶ୍ୟ ନେଇ ଭିଡିଓ ଭାଇରାଲ କରାଯାଇଛି । ଫଳରେ ପୁରା ସମ୍ପ୍ରଦାୟର ଦୁର୍ଦ୍ଦଶା ସାମ୍ନାକୁ ଆସିବ । ସେପଟେ ଘଟଣା ନେଇ ଆରମ୍ଭ ହୋଇଛି ରାଜନୀତି । ମଣିପୁରକୁ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପଠାଇବା ପାଇଁ ଦାବି କରିଛନ୍ତି ବିରୋଧୀ ।