ସାଂସଦ ପଦ ରଦ୍ଦ ପ୍ରାସଙ୍ଗ : ସୁପ୍ରମିକେର୍ଟ ଦ୍ୱାରସ୍ଥ ହେଲେ ଅହୁଆ ମୈତ୍ର

ନୂଆଦିଲ୍ଲୀ: ସଂସଦରୁ ବହିଷ୍କାର ହେବା ପରେ ଏଥିକ୍ସ କମିଟି ବିରୁଦ୍ଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର। ତାଙ୍କୁ ବିରୋଧ ମିଥ୍ୟ ଆରୋପ ଲଗାଇବା ସହ ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ମୁଁ ଟଙ୍କା ନେଇ ପ୍ରଶ୍ନ ପଚାରିନାହିଁ ।

ଗତ ସପ୍ତାହରେ ସଂସଦରେ ପ୍ରଶ୍ନ ପଚାରିବାକୁ ଟଙ୍କା ନେବା ମାମଲାରେ ମହୁଆଙ୍କୁ ସଂସଦରୁ ବହୁଷ୍କୃତ କରିଥିଲା ଏଥିକ୍ସ କମିଟି। ଏନଡିଏ ତରଫରୁ ମହୁଆଙ୍କୁ ବରିଷ୍କାର କରିବା ପାଇଁ ଆଗତ ପ୍ରସ୍ତାବ ଧ୍ୱନୀମତରେ ଲୋକସଭାରେ ଗୃହିତ ହୋଇଥିଲା । ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ପେସ କରାଯାଇଥିଲା । ରିପୋର୍ଟ ଉପରେ ଚର୍ଚ୍ଚା କାଳରେ ବିରୋଧୀ ଦଳ ସଦସ୍ୟ କକ୍ଷତ୍ୟାଗ କରିଥିଲେ। ବିରୋଧୀ ପକ୍ଷ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦେବାକୁ ଦାବି କରିଥିଲେ । ଯାହାକୁ ବିଜେପି ଓ ଅନ୍ୟ ଏନଡିଏ ସଦସ୍ୟ ବିରୋଧ କରିଥିଲେ । ବାଚସ୍ପିତ ବିରୋଧୀ ଦଳର ଦାବିକୁ ଗ୍ରହଣ କରିନଥିଲେ । ପ୍ରତିବାଦରେ ବିରୋଧୀ ଦଳ କକ୍ଷ ତ୍ୟାଗ କରିଥିଲେ ।ରିପୋର୍ଟରେ ମହୁଆଙ୍କ ବିରୋଧରେ ଥିବା ଅଭିଯୋଗ ସାଂଘାତିକ ବୋଲି କୁହାଯାଇଥିଲା ଓ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।