ମହୁଆ ମୋଇତ୍ରା- ପିନାକୀ ମିଶ୍ରଙ୍କ ମଧ୍ୟରେ ବିବାହ ଚର୍ଚ୍ଚା…

ମହୁଆ ମୋଇତ୍ରା- ପିନାକୀ ମିଶ୍ରଙ୍କ ମଧ୍ୟରେ ବିବାହ ଚର୍ଚ୍ଚା । ତୃଣମୂଳ କଂଗ୍ରେସ (ଟିଏମସି)ର ଚର୍ଚ୍ଚିତ ଲୋକସଭା ସାଂସଦ ମହୁଆ ମୋଇତ୍ରା ମେ ୩ ତାରିଖରେ ଗୁପ୍ତ ଭାବରେ ବିବାହ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ରହିଛି । ଉଭୟଙ୍କର ଜର୍ମାନୀରେ ବାହାଘର ହୋଇଥିବା ନେଇ ସୂଚନା ରହିଛି ।

ମହୁଆ ନିଜ ଜୀବନ ସାଥି ରୂପେ ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏବଂ ପୁରୀର ପୂର୍ବତନ ଲୋକସଭା ସାଂସଦ ପିନାକୀ ମିଶ୍ରଙ୍କ ହାତ ଧରିଛନ୍ତି ।ରିପୋର୍ଟ ଅନୁଯାୟୀ ଏହି ବିବାହ ଜର୍ମାନୀରେ ହୋଇଥିଲା । ଭାଇରାଲ ହୋଇଥିବା ଫଟୋ ଏହି ଗୁପ୍ତ ବିବାହକୁ ନିଶ୍ଚିତ କରିଛି । କିନ୍ତୁ ଏନେଇ ଉଭୟଙ୍କ ମଧ୍ୟରୁ କେହି ବି ମୁଁହ ଖୋଲିନାହାନ୍ତି ।


ମହୁଆ ମୋଇତ୍ରାଙ୍କ ବ୍ୟକ୍ତିଗତ ଜୀବନ ପୂର୍ବରୁ ଖବରରେ ଥିଲା ଓ ସେ ଡେନିସ୍ ଫାଇନାନ୍ସର ଲାର୍ସ ବ୍ରୋରସେନଙ୍କୁ ବିବାହ କରିଥିଲେ, ଯାହାଙ୍କୁ ସେ ପରେ ଛାଡପତ୍ର ଦେଇଥିଲେ । ଏହା ପରେ, ସେ ଓକିଲ ଜୟ ଅନନ୍ତ ଦେହାଦରାଇଙ୍କ ସହିତ ତିନି ବର୍ଷ ପର୍ୟ୍ୟନ୍ତ ସମ୍ପର୍କରେ ଥିଲେ, ଯାହାଙ୍କୁ ସେ ପରେ “ବିଶ୍ବାସଘାତକ ପ୍ରେମିକ” ବୋଲି କହିଥିଲେ।