ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଢେଙ୍କାନାଳ ସାଂସଦ ମହେଶ ସାହୁ ଲୋକସଭାର ୩୭୭ଧାରା ଅନୁଯାୟୀ ନାଲ୍କୋ ବିନିବେଶ ସଂକ୍ରାନ୍ତ ବିଶଦ୍ ତଥ୍ୟ ଅର୍ଥ ଓ ଖଣି ମନ୍ତ୍ରଣାଳୟରୁ ଲୋଡିବା ସହ ଶାଣିତ ଢଙ୍ଗରେ ଉଠାଇଛନ୍ତି । ସାଂସଦ ଶ୍ରୀଯୁକ୍ତ ସାହୁଙ୍କ ଯୁକ୍ତି ହେଲା ଯେ, ନବରତ୍ନ ପାହ୍ୟା ପାଇଥିବା ନାଲ୍କୋ ଏକ ଲାଭଜନକ ଉଚ୍ଚ ଶ୍ରେଣୀର ସାଧାରଣ ଉଦ୍ୟୋଗ ଅଟେ । ଏହି
ନବରତ୍ନ ଉଦ୍ୟୋଗର ଓଡିଶାରେ ଅନୁଗୁଳ ଏବଂ ଦାମନ୍ୟୋଡି ଠାରେ ଆଲୁମିନିୟମ ତରଳା ଓ ବକ୍ସାଇଟ୍ ଖଣି ରହିଛି । ଓଡିଶାର ଜନସାଧାରଣ ନାଲ୍କୋର ଘରୋଇ କରଣ ସପକ୍ଷରେ ଆଦୌଁ ନାହାଁନ୍ତି । ବର୍ତମାନ ପାଇଁ ନାଲ୍କୋର ବିନିବେଶ କଥା ଉଠାଯାଉଥିବାରୁ ଏହାର ସମସ୍ତ ପ୍ରକାର ଉନ୍ନୟନ ଓ ସଂପ୍ରସାରଣ କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି । ଏହି କମ୍ପାନୀ ଓଡିଶାର ହଜାର ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ
ଜୀବନ ଜୀବିକା ଯୋଗାଇଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ସାଂସଦ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ମହେଶ ସାହୁ ନାଲ୍କୋ ବିନିବେଶ ଉଦ୍ୟମକୁ ନାପସନ୍ଦ କରିବା ସହ ଏହା ବିରୋଧରେ ଆବଶ୍ୟକ ପଡିଲେ ଜନ ଆନ୍ଦୋଳନ ଜରିଆରେ ତୀବ୍ର ବିରୋଧ କରାଯିବ ବୋଲି ଚେତାଇ ଦିଆଯାଇଛି । ପ୍ରକାଶଥାଉକି, ଅତୀତରେ ଅନୁଗୋଳ , ଦାମନ୍ୟୋଡି ଓ ଭୁବନେଶ୍ୱର ନାଲ୍କୋ ମୁଖ୍ୟାଳୟର ଦଳମତ
ନିର୍ବିଶେଷରେ ସମସ୍ତ ଶ୍ରମିକ ସଂଗଠନ ନାଲ୍କୋ ବିନିବେଶ ବିରୋଧରେ ମତପ୍ରକାଶ କରି ସାଂସଦ ଶ୍ରୀ ସାହୁଙ୍କୁ ତାଙ୍କ କାର୍ୟ୍ୟାଳୟରେ ଭେଟି ଲିଖିତ ଭାବେ ସ୍ମାରକପତ୍ର ଦେଇଥିଲେ ।