କୋଭିଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ , ୧୩ କରୋନା ଆକ୍ରାନ୍ତ ମୃତ

(ମୁମ୍ବାଇ) : କରୋନାରେ ବଢୁଥିବା ସଂକ୍ରମଣ ମଧ୍ୟରେ ମୁମ୍ବାଇର ସଟେ ବିରାର ସ୍ଥିତ ଏକ ହସ୍ପିଟାଲରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଫଳରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଘଟଣାର ଖବର ପାଇ ଫାୟର ବ୍ରିଗେଡ୍ ସହ ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ ।

ସୂଚାନୁଯାୟୀ , ବିରାରର ବିଜୟ ବଲ୍ଲଭ ହସ୍ପିଟାଲରର ଆଇସିୟୁ ୱାର୍ଡରେ ରାତି ପ୍ରାୟ ୩.୩୦ ମିନିଟରେ ଅଗ୍ନିକାଣ୍ଡ ଘଟିଛି ।
ଆଇସିୟୁ ୱାର୍ଡରେ ଏସିରେ ବ୍ଲାଷ୍ଟ ହେବା କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ଆଇସିୟୁରେ କରୋନା ସଂକ୍ରମିତ ହୋଇଥିବା ୧୭ ଜଣ ରୋଗୀଙ୍କୁ ଆଡମିଟ୍ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି।