ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ : ବିରାଟ ବାଇକ୍ ଶୋଭାଯାତ୍ରାରେ ଯାଇ ବିଶ୍ଵର ମଙ୍ଗଳ ପାଇଁ କଲେ ପ୍ରାର୍ଥନା

0

ବେଗୁନିଆ /ଶେଖ୍ ଅନୁଅର୍ ଅଲ୍ଲୀ : ଆଜି ସାରା ରାଜ୍ୟରେ ପାଳିତ ହୋଇଯାଇଛି ପବିତ୍ର ଇଦ୍ ମିଲାଦୁନ୍ ନବି ପର୍ବ। ଏହାକୁ ପାଳନ କରୁଛନ୍ତି ଶୁନ୍ନି ମୁସଲିମ୍ ସମ୍ପ୍ରଦାୟର ଲୋକେ। ବିଭିନ୍ନ ଜାଗାରେ ସାଜ ସଜ୍ଜା ସହ ରଙ୍ଗ ବେରଙ୍ଗର ତୋରଣ ଦେଖିବାକୁ ମିଳୁଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅନ୍ତର୍ଗତ ରାଉତପଡା ଗ୍ରାମରେ ମଧ୍ୟ ଏହି ପର୍ବକୁ ବେଶ୍ ଦୁମ୍ ଧାମର ସହ ପାଳନ କରାଯାଇଛି। ଆଜି ସକାଳୁ ସମସ୍ତେ ମସଜିଦ୍ ସମ୍ମୁଖରେ ଏକତ୍ରିତ ହୋଇ ପରସ୍ପରକୁ ପର୍ବର ଶୁଭେଚ୍ଛା ଜଣାଇଥିଲେ। ପରେ ସୁନି ସମ୍ପ୍ରଦାୟ ପକ୍ଷରୁ ଏକ ଜୁଲସ (ଶୋଭାଯାତ୍ରା) ଗ୍ରାମ ପରିକ୍ରମା କରିବା ପରେ ମସଜିଦ ରେ ସମସ୍ତେ ଏକତ୍ରିତ ହୋଇ ଫାତିହା (ଭୋଗ) କରିଥିଲେ। ପରେ ଏକ ବିରାଟ ବାଇକ୍ ଶୋଭଯାତ୍ରା ରେ ବିଭିନ୍ନ ବଜାର ପରିକ୍ରମା କରି କାଇପଦର ସ୍ଥିତ ପିର୍ ବାବାଙ୍କ ମଝାର୍ ରେ ପହଞ୍ଚି ଚାଦର ଚଢ଼ାଇବା ସହ ବିଶ୍ଵ ତଥା ଜଗତ ର ମଙ୍ଗଳ ପାଇଁ ସାମୁହିକ (ଦୁଆ) ପ୍ରାର୍ଥନା କରିଥିଲେ। ହାଜୀ ଶେଖ୍ ଅବଦୁଲ ଜଲିଲ୍ କୁହନ୍ତି ଯେ ମହମ୍ମଦ ମୁସଲମାନ୍ ମାନଙ୍କ ପାଇଁ ଇଶ୍ଲାମ୍ ଧର୍ମ ଆଣିଥିଲେ ଓ ସାରା ବିଶ୍ୱକୁ ସାନ୍ଥିର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଧର୍ମ ଗୁରୁ ମହମ୍ମଦ ଯେଉଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ ସେହି ପ୍ରଚେଷ୍ଟା କୁ ଆଗକୁ ନେବା ପାଇଁ ଏହି ପର୍ବ ପ୍ରତେକ୍ ବର୍ଷ ପାଳନ କରାଯାଇଥାଏ। ଶୋଭାଯାତ୍ରାକାରିଙ୍କୁ ବିଭିନ୍ନ ବଜାରର ବିଭିନ୍ନ ସ୍ଥାନରେ ସାମାଜିକ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଥିଲା। ସନ୍ଧ୍ୟାରେ ଗ୍ରାମ ମସ୍‌ଜିଦ୍ ପରିସରରେ ଆଲୋକମାଳା ସହ ରଙ୍ଗବେରଙ୍ଗର ତୋରଣ ସଜା ଯାଇଥିବା ବେଳେ ସୁସ୍ୱାଦୁ ଖାଦ୍ୟର ଆୟୋଜନ କରାଯାଇଥିଲା।