ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ପାଣିଆ ଆପଟ ସେବକ ପଡିଯିବା ପରେ ଭିତରକାଠରେ ରକ୍ତ ଛିଟା ପଡିଥିବାରୁ ହୋଇଛି ମହାସ୍ନାନ । ଯାହା ଫଳରେ କିଛି ସମୟ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ପାଣି ନେବା ସମୟରେ ପଡିଗଲେ ପାଣିଆ ଆପଟ ସେବକ । ଫଳରେ ତାଙ୍କ ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ମନ୍ଦିର ଭିତରେ ରକ୍ତର ଛିଟା ପଡିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ହୋଇଛି । ବିଧି ପରମ୍ପରା ମୁତାବକ ଭିତରକାଠ ନିକଟରେ ରକ୍ତର ଛିଟା ପଡ଼ିଲେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ । ଏଣୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ମହାସ୍ନାନ ନୀତି ଚାଲିଛି ।