(ସଂଜୁକ୍ତା): ଆଜି ପବିତ୍ର ମହାଳୟା । ବିଶ୍ୱାସ ରହିଛି ଅମାବାସ୍ୟା ତିଥିରେ ସପ୍ତ ପୁରୁଷଙ୍କୁ୍ୁ ପିଣ୍ଡଦାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ଏହାସହ ପିତୃ ମାନଙ୍କୁ ପିଣ୍ଡ ଦାନ କଲେ ପୁଣ୍ୟ ଲାଭ ସହ ବଂଶର ଉତ୍ତର ପିଢିର ସମସ୍ତ ପ୍ରକାର ଉନ୍ନତି ହେଉଥିବା ବିଶ୍ୱାସ ରହିଛି, ସେପଟେ ମହାଳୟା ପାଇଁ ଶ୍ରୀମନ୍ଦିର ଓ ବିନ୍ଦୁ ସାଗରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଶ୍ରୀମନ୍ଦିର ବାଇଶି ପାହାଚରେ ହଜାର ହଜାର ଶ୍ରଦ୍ଧାଳୁ ପିଣ୍ଡାଦାନ କରୁଛନ୍ତି.. ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ବାଇଶିପାହାଚରେ ପିଣ୍ଡଦାନ କରିବା ସହ ଦାନ ଧର୍ମ କରି ପୁଣ୍ୟ ଅର୍ଜନ କରିଛନ୍ତି । ସେହିପରି ଭୁବନେଶ୍ୱରରେ ବିନ୍ଦୁସାଗରରେ ମଧ୍ୟ ଶ୍ରଦ୍ଧାଳୁମାନେ ପିତୃମାନଙ୍କୁ ପିଣ୍ଡ ଦାନ କରୁଛନ୍ତି ।
ସେପଟେ ମହାଳୟା ଅବସରରେ ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଛି୍ । ଧବଳମୁଖୀ ରୂପରେ ଦର୍ଶନ ଦେଇଛନ୍ତି ମାଆ… ମାଆଙ୍କ ନିକଟରେ ଗୁଡ ଭୋଗ ହେବାର ପରମ୍ପରା ରହିଛି । ବଡି ଭୋରରୁ ମାଆଙ୍କ ଧବଳମୁଖୀ ବେଶ ଦେଖିବାକୁ ଶହ ଶହ ଭକ୍ତଙ୍କ ଗହଳି ଲାଗିଛି ।