ଝରୀଗାଁ/ ବସନ୍ତ କୁମାର ସାହୁ: ସ୍ୱତନ୍ତ୍ର ସୈନିକ ସମ୍ମାନ ଯୋଜନାରେ ସମ୍ମାନିତ ହେଲେ ମହାଲକ୍ଷ୍ମୀ ମାଝୀ। କେନ୍ଦ୍ରସରକାରଙ୍କ ନିର୍ଧେଶ କ୍ରମେ ଦେଶବ୍ୟାପୀ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏହି ସ୍ୱତନ୍ତ୍ର ସୈନିକ ସମ୍ମାନରେ ସମ୍ମାନିତ କରାଯାଉଥିବା ବେଳେ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଭଗବାନ ମାଝୀ ଙ୍କ ଭଉଣୀ ମହାଲକ୍ଷ୍ମୀ ମାଝିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଉମରକୋଟ ପଞ୍ଝାବ ନେସନାଲ ବ୍ୟାଙ୍କ ର ମ୍ୟାନେଜର ସୁରେଶ କୁମାର ପଟନାୟକ ଏବଂ ଟିମ ଙ୍କ ସମେତ ଝରୀଗାଁ ଗ୍ରାମପଂଚାୟତ ର ସରପଞ୍ଚ ଯୋଗେଶ୍ୱର ପୂଜାରୀ ତାଙ୍କ ବାସଭବନରେ ତାଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ମହାଲକ୍ଷ୍ମୀ ମାଝୀ ହେଉଛନ୍ତି, ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନୀଳାମ୍ବର ମାଝିଙ୍କ କନ୍ୟା, ସ୍ବର୍ଗତ ନୀଳାମ୍ବର ମାଝୀ ବ୍ରିଟିଶ ବିରୋଧରେ ଦେଶ ଛାଡ଼ ଆନ୍ଦୋଳନରେ ଯୋଗଦେଇଥିଲେ। ସେତେବେଳେକୁ ତାଙ୍କୁ ମାତ୍ର ପନ୍ଦର ବର୍ଷ ବୟସ ହୋଇଥାଏ,ଦେଶମାତୃକାର ଭାବନା ତାଙ୍କୁ ଏହି ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାକୁ ବାଧ୍ୟ କରିଥିଲା, ସେ ଜୟପୁର ହାଇସ୍କୁଲ ବର୍ତ୍ତମାନ ର (ଭୁତପୂର୍ବ ବାଳିକା ଉଚ୍ଚ ବିଦ୍ୟାଳୟ ) ରେ ଅଧ୍ୟୟନ କରୁଥିବା ସମୟରେ ସେହି ସ୍କୁଲ ପାଖ ଦେଇ ସ୍ୱାଧୀନତା ସଂଗ୍ରାମୀ ରାଧାକୃଷ୍ଣ ବିଶ୍ୱାସ ରାୟ ଏବଂ ରାଧାମୋହନ ସାହୁ ଙ୍କୁ ବ୍ରିଟିଶ ପୋଲିସ ବାନ୍ଧି ନେଉଥିବା ଦୃଶ୍ୟ ଟି ଏହି ପନ୍ଦରବର୍ଷ ବୟସ୍କ ବାଳକ ନୀଳାମ୍ବରଙ୍କୁ ବ୍ୟଥିତ କରିଥିଲା। ଆଉ ବ୍ରିଟିଶ ର ଏଭଳି ଜୁଲମ କୁ ସହି ନପାରି ୧୯୪୨ମସିହାରେ ସ୍ୱାଧୀନତା ସଂଗ୍ରାମରେ ଭାଗ ନିଅନ୍ତି ଏବଂ ପନ୍ଦର ବର୍ଷ ବୟସରେ ଏକ ବର୍ଷ ଜେଲଦଣ୍ଡ ମଧ୍ୟ ଭୋଗ କରନ୍ତି. ତାପରେ ଝରୀଗାଁ ଅଂଚଳ ସଂଗଠନ ଦାୟିତ୍ୱ ନେଇ ଜୟପୁର ଛାଡି ଝରୀଗାଁ ଆସନ୍ତି ଏବଂ ଏଠାରେ ସଂଗଠନ ଦାୟିତ୍ୱରେ ରହି ଲଢେଇ ଜାରି ରଖନ୍ତି, ଏବଂ ସେ ୧୯୭୬ମସିହାରେ ଦେହତ୍ୟାଗ କରନ୍ତି।ସ୍ବର୍ଗତ ନୀଳାମ୍ବର ମାଝୀ ଜଣେ ସ୍ୱାଧୀନତା ସଂଗ୍ରାମୀ ହୋଇଥିବା ସ୍ଥଳେ ସେ ହେଉଛନ୍ତି ବର୍ତ୍ତମାନ ର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଠା ଶ୍ରୀଯୁକ୍ତ ପ୍ରଦୀପ ମାଝିଙ୍କ ଜେଜବାପା। କମ ବୟସରେ ମନରେ ଦେଶ ମାତୃକାର ଭାବନା ଜାଗ୍ରତ କରି ନିଜକୁ ସ୍ୱାଧୀନତା ସଂଗ୍ରାମ ରେ ଜଳାଞ୍ଜଳି ଦେଇଥିବା ଏହି ମହାନ ବ୍ୟକ୍ତିତ୍ବ ଙ୍କ ସ୍ମୃତି ଚାରଣା କରାଯାଇ ତାଙ୍କ କନ୍ୟା ମହାଲକ୍ଷ୍ମୀ ମାଝୀଙ୍କୁ ସମ୍ମାନିତ କରାଯାଇଥିଲା।