କେନ୍ଦ୍ରାପଡା: ଗିରଫ ହେଲେ ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ ୧୯୦% ସମ୍ପତ୍ତି ଅଧିକ ଥିବା ନେଇ ସୂଚନା ମିଳିଛି । ଗତକାଲି ରେଡ୍ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ୪ କୋଠା, ୭ ପ୍ଲଟ୍, ୧୮ ଲକ୍ଷ ଜମା, ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ସୂଚନା ଅନୁସାରେ, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମହାକାଳପଡା ତହସିଲଦାର ଶିବ ମଲ୍ଲିକଙ୍କୁ ମାଡ଼ିବସିଥିଲା ଭିଜିଲାନ୍ସ । ଗତ ୨୪ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ । ଆୟର ୧୯୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ଶିବ ମଲ୍ଲିକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କଟକ ଭିଜିଲାନ୍ସ ଥାନାରେ ରୁଜୁ ହୋଇଛି ମାମଲା ।