ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଚଳଚିତ୍ର OMG-2 ରେ ଲାଗିଲା ରୋକ । OMG-2 ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ଚେତାବନୀ ଦେଲେ ମହାକାଳଙ୍କ ପୂଜକ । OMG-2 ଚଳଚିତ୍ରର ଟିଜର୍ ଜୁଲାଇ୧୧ ରିଲିଜ୍ ହୋଇଥିଲା। ଏହି ଚଳଚିତ୍ରରେ ଅକ୍ଷୟ କୁମାର ଲମ୍ବା ଜଟା ସହ ମଥାରେ ଭଷ୍ମ ଲଗାଇ ଭଗବାନ ଶିବଙ୍କ ରୂପରେ ନଜର ଆସିଛନ୍ତି । ଅଗଷ୍ଟ ୧୧ ତାରିଖରେ ପ୍ରକ୍ଷାଳୟରେ ରିଲିଜ ହେବାକୁ ଥିବା ଏହି ଚଳଚିତ୍ରକୁ ସେନସର ବୋର୍ଡ ରୋକ ଲଗାଇଛନ୍ତି । ସେନସର ବୋର୍ଡ ଏହି ଚଳଚିତ୍ରଟିକୁ ସମୀକ୍ଷା କମିଟି ପାଖକୁ ପଠାଯଇଛି । ସମୀକ୍ଷା କମିଟିର ବିଚାର ପରେ ସେନସର ବୋର୍ଡ ତାହାର ଶେସ ନିଷ୍ପତି ଶୁଣାଇବ ।
ସେନସର ବୋର୍ଡର ଏହି ନିଷ୍ପତିକୁ ନେଇ ମହାକାଳେଶ୍ୱର ମନ୍ଦୀର ପୂଜାରୀ ଏକ ଦୃଢ ଚେତାବନି ଦେଇଛନ୍ତି । ମନ୍ଦୀର ମୂଖ୍ୟ ପୂଜାରୀ ମହେଶ ଶର୍ମା କହିଛନ୍ତି ଯେ, ଫିଲ୍ମ ରିଲିଜ ପରେ ସନାତନ ଧର୍ମକୁ ନେଇ କିଛି ବିବାଦ ଦେଖାଗଲେ ମହାକାଳ ସେନା ଏହାର ତିବ୍ର ବିରୋଧ କରିବେ । ଯଦି ଫିଲ୍ମରେ କିଛି ଆପତଜନକ ଡାଇଲଗ ଥାଏ ତାହାଲେ ଏହାକୁ ଫିଲ୍ମ ରିଲିଜ ଆଗରୁ ହଟେଇବା ପାଇଁ କହିଛନ୍ତି ।