୭.୬ ତୀବ୍ରତାରେ କମ୍ପିଲା ଉତ୍ତରପୂର୍ବ ଜାପାନ ଉପକୂଳ, ସୁନାମୀ ଆଲର୍ଟ ଜାରି

ଜାପାନ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ୭.୬ ତୀବ୍ରତାରେ କମ୍ପିଲା ଉତ୍ତରପୂର୍ବ ଜାପାନ ଉପକୂଳ । ଆମୋରୀ ଓ ହୋକ୍କାଇଡୋ ତଟରେ ଭୂକମ୍ପର ପ୍ରଭାବ ଅଧିକ ଅନୁଭୂତ ହୋଇଛି । ଉତ୍ତର ଜାପାନର ମିଶାୱା ସହରର ଉତ୍ତର-ଉତ୍ତରପୂର୍ବରେ ପ୍ରାୟ ୭୩ କିମି ଦୂରରେ ଓ ୫୩କିମି ଗଭୀରତାରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ବର୍ତ୍ତମାନ ସେଠାରେ ସୁନାମୀ ଆଲର୍ଟ ଜାରି କରିଛି ଜାପାନ ପାଣିପାଗ ବିଭାଗ । ସମୁଦ୍ରରେ ୧୦ଫୁଟ ଉଚ୍ଚର ଜୁଆର ଉଠିବା ସମ୍ଭାବନା ରହିଛି । ଜାପାନର ଇଶିକାୱା ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ବିପଦରେ ଆଶଙ୍କାର ରହିଥିବା ୟୁନାଇଟେଡ ଷ୍ଟେଟସ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଆକଳନ କରାଯାଇଛି ।

ସୋମବାର ରାତି ପ୍ରାୟ ୧୧.୧୫ ସମୟ (ଭାରତୀୟ ସମୟ ସଂଧ୍ୟା ୭.୪୫) ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ବିଳମ୍ବିତ ରାତିରେ ଲୋକମାନେ ଶୋଇ ଥିବାବେଳେ ଏହି ଭୂମିକମ୍ପ ଆସିଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ଜେଏମଏ କହିଛି ଯେ ସମୁଦ୍ର ଅଶାନ୍ତ ଅଛି ଓ ଖୁବଶୀଘ୍ର ସୁନାମୀ ଆସିପାରେ। ଉତ୍ତର ଏବଂ ପୂର୍ବ ଜାପାନର ବହୁ ସ୍ଥାନରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଜେନ୍ସି ଲୋକମାନଙ୍କୁ ବେଳାଭୂମିରୁ ଦୂରେଇ ରହିବା ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିବେଦନ କରିଛି। କର୍ତ୍ତୃପକ୍ଷ ଉପକୂଳବାସୀଙ୍କୁ ତୁରନ୍ତ ଉଚ୍ଚ ଭୂମିକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ହୋକ୍କାଇଡୋ, ଆଓମୋରି ଏବଂ ଇୱାଟେ ପ୍ରାନ୍ତ ପାଇଁ ଏହି ଚେତାବନୀ ଜାରି କରାଯାଇଛି, ଯେଉଁଠାରେ ବିପଦ ସର୍ବାଧିକ । ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ରକୂଳ ବୋଲି ରିପୋର୍ଟ କରାଯାଇଛି, କିନ୍ତୁ ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ଆସିପାରିବେ ।