ଜାପାନରେ ଭୂମିକମ୍ପ, ନାହିଁ ସୁନାମୀ ଆଲର୍ଟ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୨ ରେକର୍ଡ । ପଶ୍ଚିମ ଚୁଗୋକୁ ଅଞ୍ଚଳରେ ଭୂକମ୍ପ ଝଟ୍‌କା । ତେବେ ଭୁକମ୍ପ ପରେ ସୁନାମୀ ଆଲର୍ଟ କରାଯାଇନାହିଁ । ଭୂକମ୍ପ ଝଟ୍‌କା ପରେ ଲୋକେ ଭୟଭୀତ ଅବସ୍ଥାରେ ଘରୁ ବାହାରକୁ ଆସିଯାଇଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଯାଏଁ କ୍ଷୟକ୍ଷତିର ସୂଚନା ନାହିଁ। କିନ୍ତୁ ପୁରା ଆଲର୍ଟ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଖବର ଅନୁଯାୟୀ, ୬.୨ ତିବ୍ରତାର ଭୂକମ୍ପ ଝଟ୍‌କା ପରେ ଜାପାନର କିଛି ଅଞ୍ଚଳକୁ ସୁନାମୀର ଆଲର୍ଟ ଜାରି କରାଯାଇନାହିଁ । ଜାପାନର ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ଚୁଗୋକୁ (Chūgoku)ରେ ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଥିବାର ନଜର ଆସିଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୨ ରେକର୍ଡ କରାଯାଇଛି ।