ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଶରୀରରେ ସୃଷ୍ଟି ହୋଇଛି ଅଦ୍ଭୁତ ଚୁମ୍ବକୀୟ ଶକ୍ତି । ଶରୀର ପାଖକୁ ଆସିଲେ ଲାଖି ଯାଉଛି ଲୁହା ଜିନିଷ । ମଣିଷ ଶରୀର ଲୁହାକୁ ଟାଣିବା କଥା ଆଶ୍ଚର୍ଯ୍ୟ ହେଲେ ବି ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେର ପୌରାଞ୍ଚଳର ସରୋଜ କୁମାର ମହାରଣାଙ୍କ କ୍ଷେତ୍ରରେ। ମହାରଣା ସାହି ଅଞ୍ଚଳରେ ସେ ଟିଭି ମରାମତି କରୁଥିବା ବେଳେ ତାଙ୍କ ଶରୀରରେ ଏକ ପ୍ରାୟାର୍ ଲାଗି ରହିଥିଲା। ପ୍ରାୟାରଟିକୁ ଛଡ଼ାଇ ପୁଣି ଶରୀରରେ ଲଗାଇବାରୁ ତାଙ୍କଠାରେ ଚୁମ୍ବକୀୟ ଗୁଣ ରହିଥିବା ଜାଣିବାକୁ ପାଇଥିଲେ। ପରେ ଅନ୍ୟ ଉପକରଣ ଲଗାଇବାରୁ ମଧ୍ୟ ତାଙ୍କ ଶରୀରରେ ଲାଗି ରହିଥିବା ଦେଖିବାକୁ ମିଳିଥିଲା। ତାଳଚେର ଫାଷ୍ଟଗେଟ୍ ରାମଚନ୍ଦ୍ରବଜାରଠାରେ ଥିବା ତାଙ୍କ ମରାମତି ଦୋକାନରେ
ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ସୁଅ ଛୁଟିଛି। କେଉଁ କାରଣରୁ ତାଙ୍କ ଶରୀରରେ ଏହି ଚୁମ୍ବକୀୟ ଶକ୍ତି ସୃଷ୍ଟି ହୋଇଛି ଜାଣିବାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ସେହିପରି ଆଉ ଏକ ଘଟଣା ରବିବାର ଦେଖିବାକୁ ମିଳିଛି ଅନୁଗୁଳ ବଜାର ଇଲାକାରେ । ବ୍ୟବସାୟୀ ଦୀପକ
ଝୁନଝୁନ୍ଲାଙ୍କ ଶରୀରରେ ଚାମଚ, ଡଙ୍କା, ପାତିଆ, କଏନ୍ ଆଦି ଲାଖିଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।