ମା’ ସମଲେଶ୍ୱରୀ ମନ୍ଦିରକୁ ମାଦକ ଦ୍ରବ୍ୟ ନେଇ ଗଲେ ୫୦୦ଟଙ୍କା ଜରିମାନା

ସମ୍ବଲପୁର: ଆସନ୍ତା କାଲିଠାରୁ ମାଁ ସମଲେଶ୍ୱରୀ ମନ୍ଦିରରେ ପାନ , ଗୁଟଖା ଓ ମାଦକ ଦ୍ରବ୍ୟ ବ୍ୟାନ ହୋଇଛି । ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏସବୁ ଉପରେ ବ୍ୟାନ କରାଯାଇଛି । ଭକ୍ତ ମାନଙ୍କୁ ଏପରି ଜିନିଷ ନଆଣିବା ପାଇଁ ଟ୍ରଷ୍ଟ ବୋର୍ଡ ଅନୁରୋଧ କରିଛି । ସିକ୍ୟୁରିଟି ସଂସ୍ଥ୍ୟା ଦ୍ୱାରା ଭକ୍ତ ମାନଙ୍କୁ ଏନେଇ ସଚେତନ କରାଯାବ । ଯଦି କୌଣସି ବ୍ୟକ୍ତି ଏହି ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମଲେଶ୍ୱରୀ ମନ୍ଦିରରେ ପ୍ରତିଦିନ ହଜାର ଶ୍ରଦ୍ଧଳୁ ମା’ ଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି । ହେଲେ ମନ୍ଦିର ପରିସର ମଧ୍ୟରେ ପାନ ଗୁଡଖା ଖାଇ ଲୋକେ ଛେପ ପକାଉଥିବାରୁ ମନ୍ଦିରର ପରିବେଶ ଖରାପ ହେବା ସହ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ଏହା ସହ ମନ୍ଦିର ଭିତରର ପରିବେଷ କୁ ସ୍ୱାସ୍ଥୃକର ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଉି । ଏହାସହ ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ପରିସରରେ ଧରାପଡିଲେ ୫୦୦ ଟଙ୍କା ଜରିମାନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି ।