ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି, କଡ଼ା ସୁରକ୍ଷାରେ ଚାଲିଥିଲା ଗଣତି

ରାୟଗଡ଼ା: ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି । ୬ ମାସ ପରେ ଖୋଲିଛି ମନ୍ଦିରର ଦାନ ହୁଣ୍ଡି । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ଏହି ଗଣତି ଶେଷ ପରେ ସମସ୍ତ ଅର୍ଥକୁ ବ୍ୟାଙ୍କରେ ଡିପୋଜିଟ୍‌ କରାଯିବ ବୋଲି ସୂଚନା ମିଳିଛି । ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିରର ଦାନ ହୁଣ୍ଡି ଖୋଲିଛି । ୫ ମାସ ପରେ ସୋମବାର ଦିନ ଖୋଲିଛି ମନ୍ଦିରର ହୁଣ୍ଡି । ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୋଲିସର କଡ଼ା ସୁରକ୍ଷାରେ ଚାଲିଛି ଗଣତି । ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡିରୁ ସକାଳ ୯ଟାରୁ ଗଣତି ଆରମ୍ଭ ହୋଇଥିଲା । ଗଣତି କାମରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । ଏହି ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି କହିଛନ୍ତି ମହିଳା ସଂଘର ସଦସ୍ୟମାନେ ।  ତେବେ ଏଥର ହୁଣ୍ଡିରୁ ୧ କୋଟି ୪ ଲକ୍ଷ ୩୬ ହଜାର ୯ ଶହ ୬୩ ଟଙ୍କା ମିଳିଛି । ସେହିପରି ୩୮ ଗ୍ରାମ୍ ସୁନା ଓ ୨ କି.ଗ୍ରା ୫୦୫ ଗ୍ରାମ୍ ରୁପା ଅଳଙ୍କାର ମିଳିଛି । ତେବେ ଶେଷ ଥରକ ଜାନୁଆରୀ ୨୭ ତାରିଖରେ ଖୋଲା ଯାଇଥିଲା ମାଆଙ୍କ ହୁଣ୍ଡି । ସେତେବେଳେ ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା, ୯୩ ଗ୍ରାମ ୧ ମିଲିଗ୍ରାମ ସୁନା, ୨କେଜି ୧୭୦ ଗ୍ରାମ ଓଜନର ରୁପା ସହ ୭ଟି ବିଦେଶୀ ମୁଦ୍ରା ମିଳିଥିଲା ।