ଦେବଗଡ / ସୁଦାମ ବେହେରା : ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ମହକୁମାରେ ବେଶ ଧୁମଧାମ ସହ ପାଳିତ ହେଉଛି ୨୮ ତମ ମା କାଳୀଙ୍କ ପୂଜାର୍ଚ୍ଚନା । ମା କାଳୀଙ୍କ ଆରଧାନ ପାଇଁ ପୂଜା ମଣ୍ଡପ ବେଶ ଚଳଚଂଚଳ ହୋଇପଡିଛି । ପୁଜା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ପୁରା ପରିବେଶ । ବାରକୋଟ କାଳୀ ପୂଜା କମିଟୀର ସମସ୍ତ କର୍ମକର୍ତ୍ତା ଏବଂ ବାରକୋଟ ପୋଲିସ, ବିଦ୍ୟୁତ ବିଭାଗର ମଧ୍ୟ ପୂଜା ପରିବେଶକୁ ଶୃଙ୍ଖଳିତ ରଖିବା ପାଇଁ ସଜାଗ ରହିଛନ୍ତି। ଆଜି ଚତୁର୍ଥ ଦିନ ସନ୍ଧ୍ୟାରେ ପ୍ରାୟ ଆନୁମାନିକ ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିବା ଦେଖାଯାଇଛି । ଏହି ଅବସରରେ ରାତି ପ୍ରାୟ ୮ ଟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏଡାରେ ମନ ମୋହୁଛି ରାଜଧାନୀ ଅପେରା । ଆୟୋଜକ ଅନୁଷ୍ଠାନର ସଭାପତି ପ୍ରକାଶ ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ କାର୍ୟ୍ୟକ୍ରମର ପର୍ବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ତଥା ଓଡିଶା ରାଜ୍ୟ ସରପଞ୍ଚ ମହାସଙ୍ଘ ମୁଖ୍ୟ ପରାମର୍ଶ ଦାତା ଶ୍ରୀ ସତ୍ୟ ନାରାୟଣ ପାଣି ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହିତ ମା ମାଳୀଙ୍କ ଦର୍ଶନ କରି ଆର୍ଶିବାଦ ଗ୍ରହଣ କରିଥିଲେ । କାଳୀପୂଜା କମିଟି ର ସଭାପତି ତଥା ବାରକୋଟ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ପ୍ରକାଶ କୁମାର ପାଣି ସଭାପତିତ୍ବରେ କମିଟି ର ପରାମର୍ଶ ଗଣନାଥ ମହାପାତ୍ର ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।