ରାୟଗଡ : ରାୟଗଡ ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମାଙ୍କ ଦାନ ହୁଣ୍ଡି ଆଜି କଡା ସୁରକ୍ଷା ମଧ୍ୟରେ ଖୋଲାଯାଇଛି ,ଦୀର୍ଘ ଚାରି ମାସ ପରେ ଆଜି ଏହି ହୁଣ୍ଡି ଗୁଡିକ ଖୋଲାଯାଇଛି ।ଗଣତି କାର୍ଯ୍ୟରେ ମନ୍ଦିର ଟ୍ରଷ୍ଟ ସଭ୍ୟ ଙ୍କ ସହ ଭେଙ୍କେଟେଶ୍ୱର ମନ୍ଦିର ଓ ସାଇ ମନ୍ଦିର ର ସଭ୍ୟ ମାନେ ସହଯୋଗ କରୁଛନ୍ତି ।ହୁଣ୍ଡି ରୁ ପୁଳା ପୁଳା ଟଙ୍କା, ସୁନା ବାହାରିଛି ।ଏହି ଗଣତି ପ୍ରାୟ ଆଜି ରାତ୍ର ପର୍ଯ୍ୟନ୍ତ ଚାଲିବ । ଗତ ମାର୍ଚ୍ଚ ମାସ ରେ ମାଙ୍କ ହୁଣ୍ଡି ଖୋଲାଯାଇଥିଲା । ସେହି ସମୟରେ ହୁଣ୍ଡିରୁ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା,ସୁନା ୬୨ ଗ୍ରାମ, ରୁପା ୨ kg ୩୦୦ ଗ୍ରାମ, ବିଦେଶୀ ନୋଟ ୬୫ ଗୋଟି, ପୁରୁଣା ଅଚଳ ଦୁଇ ହଜାର ଟଙ୍କା ୩ ଗୋଟି, ଅଚଳ ୫ ଶହ ଟଙ୍କା ୬ ଗୋଟି ବାହାରିଥିଲା । ଏହି ଟଙ୍କା ଓ ଅଳଙ୍କାର କୁ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ର ଭକ୍ତ ମାନେ ଦାନ ଆକାରରେ ଦେଇଥାନ୍ତି । ଆଜିର ସମସ୍ତ ଟଙ୍କା ଓ ଅଳଙ୍କାର ୟୁନିୟନ ବ୍ୟାଙ୍କ ରେ ଜମା କରାଯିବା ।ତେବେ ଗତ ଥର ଠାରୁ ଆହୁରି ଅଧିକ ଦାନ ମିଳିବା ଆଶା ରଖିଛନ୍ତି ମନ୍ଦିର ଟ୍ରଷ୍ଟ ।