ଚିଲିକାରେ ଭାସିବ ‘ଗରୁଡ଼’

ନିଜର ବାର୍ଥ-ଡେ ପାର୍ଟି, ରିଙ୍ଗ୍-ସେରିମନି, ବିବାହ ବାର୍ଷିକୀ ଦିନଟିକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି ?

(ଚିଲିକା) : ନିଜର ବାର୍ଥ-ଡେ ପାର୍ଟି, ରିଙ୍ଗ୍-ସେରିମନି, ବିବାହ ବାର୍ଷିକୀ ଦିନଟିକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ରାଜ୍ୟସରକାର ଆପଣେଇଛନ୍ତି ନୂଆ ତରିକା । ହଁ ଦର୍ଶକ ବନ୍ଧୁ ଆପଣ ଜାଣି ଖୁସି ହେବେ ଏଣିକି ଚିଲିକାରେ ୱାଟର ବୋଟର ମଜା ନେଇପାରିବେ ପର୍ଯ୍ୟଟକ । ଗରୁଡ଼ରେ ବସି ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ବୁଲି ପାରିବେ ଯାତ୍ରୀ । ଓଡିଶାରେ ପ୍ରଥମ ଥର ପାଇଁ ଚିଲିକାରେ ଯାତ୍ରୀଙ୍କ ନିମନ୍ତେ ଆରମ୍ଭ ହେବାକୁ ଯାଉଛି ଏହି ହାଉସ୍ ବୋଟ୍ ସେବା। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି।

 

ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ରହିବା, ଖାଇବା ସହ ବେଡରୁମ ବ୍ୟବସ୍ଥା ରହିଛି । ପର୍ଯ୍ୟଟକଙ୍କୁ ଏହା ଖୁବ୍ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଗରୁଡ଼ର ପରିଚାଳନା ଦାୟିତ୍ୱ ବିକାଶ ଇକୋ ରିସର୍ଟ ସଂସ୍ଥା ତୁଲାଇବ ବୋଲି ଜଣାପଡ଼ିଛି। ଏହି ଗରୁଡ଼ରେ ବାର୍ଥ-ଡେ ପାର୍ଟି, ରିଙ୍ଗ୍-ସେରିମନି, ବିବାହ ବାର୍ଷିକୀ ପାଳନ, ରାତ୍ରୀ ଯାପନ ବ୍ୟବସ୍ଥା ଇତ୍ୟାଦିର ମଜ୍ଜା ମଧ୍ୟ ନେଇପାରିବେ ।

 

ସୂଚନାନୁଯାୟୀ , ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଅନୁମୋଦନ ପରେ ବିକାଶ ଇକୋ ରିସର୍ଟ ପକ୍ଷରୁ ନିର୍ମିତ ହୋଇଛି ଏହି ହାଉସ୍ ବୋଟ୍ ତଥା ଗରୁଡ଼ । ଏଥିରେ ଲୋକମାନେ ଚିଲିକା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ କରିପାରିବେ। ପ୍ରକୃତି କୋଳରେ ସମୟ କାଟିବା ସହ ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।