ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବା ବଦଳରେ ବଢିବାରେ ଲାଗିଛି। ଆଉ ଏପଟେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ରାଜ୍ୟ ସମେତ ଢେଙ୍କାନାଳରେ ମଧ୍ୟ ଏଲପିଜି ଗ୍ୟାସ ସଙ୍କଟ ଦେଖାଦେଇଛି।ଗ୍ୟାସ ଟାଙ୍କି ନେବାକୁ ସିଧା ଡିପୋରେ ପହଞ୍ଚୁଛନ୍ତି ଗ୍ରାହକ।ଗ୍ୟାସ ସଙ୍କଟକୁ ନେଇ ଢେଙ୍କାନାଳରେ ନୁଆ ଏସ୍ ଓ ପି ମଧ୍ୟ ଲାଗୁ ହୋଇଛି। ଗୋଟିଏ ଟାଙ୍କି ବୁକିଂର ୨୫ ଦିନ ମଧ୍ୟରେ ଦ୍ଵୀତୀୟ ଟାଙ୍କି ମିଳୁନାହିଁ।ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସାଧାରଣ ଲୋକେ। ଏପରିକି ଅନଲାଇନ୍ ରେ ବୁକିଂ କଲେ ମଧ୍ୟ ବୁକିଂ ହେଉନାହିଁ। ଯାହାକୁ ନେଇ ଟେନସନରେ ଗ୍ରାହକ। ଯେଉଁ ମାନଙ୍କର ବଡ଼ ପରିବାର ବା ଯୈ।ଥ ପରିବାର ଆଉ ଗୋଟିଏ ଟାଙ୍କି ବ୍ୟବହାର କରିବାର ୧୫ ରୁ ୨୦ ଦିନ ଭିତରେ ଟାଙ୍କି ସରୁଛି ସେମାନଙ୍କ ରୋଷେଇ ଘରେ କିଭଳି ରୋଷେଇ ହେବ। କଣ ଖାଇବେ କେମିତି ବଞ୍ଚିବେ ତାକୁ ନେଇ ଚିନ୍ତା ଘାରିଛି। ଏପଟେ ଡିପୋ ଇନଚାର୍ଜ କହୁଛନ୍ତି ଏବେ ଗ୍ୟାସ ଗାଡି ଠିକ୍ ଭାବରେ ଆସୁଛି। ଆଉ ଲୋକଙ୍କୁ ମଧ୍ୟ ଘରକୁ ଘର ଗାଡି ଯାଇ ଟାଙ୍କି ଯୋଗାଇ ଦିଆଯାଉଛି। କିନ୍ତୁ ଗ୍ରାହକ ପ୍ୟାନିକ୍ ହୋଇ ଗ୍ୟାସ୍ ନେବାକୁ ଡିପୋକୁ ଚାଲି ଆସୁଛନ୍ତି। ଆଉ ଗ୍ରାହକଙ୍କ କହିବା କଥା ଯଦି ଏଭଳି ଯୁଦ୍ଧ ପରିସ୍ଥିତି ଲାଗି ରହେ ଆଉ ୨୫ ଦିନ ଭିତରେ ଗ୍ୟାସ ଟାଙ୍କି ସରିଲେ ବାଧ୍ୟ ହୋଇ ଗ୍ରାହକ କଳାବଜାରୀର ଶିକାର ହେବେ। ଏବଂ ଅଧିକା ଟଙ୍କା ଦେଇ ବ୍ଲାକ୍ ରେ ଗ୍ୟାସ ସିଲିଣ୍ଡର କିଣିବାକୁ ବାଧ୍ୟ ହେବେ।