କମିଲା ସୁନା ଦର: ୧୦ ଗ୍ରାମ୍‌ ପ୍ରତି ୯୧,୬୪୦ ଟଙ୍କା

ଭୁବନେଶ୍ୱର : ସୁନା ଦରରେ ଲାଗିଛି ନିଆଁ । ଗତ କିଛି ଦିନରେ ହୁ ହୁ ହୋଇ ସୁନାଦର ବୃଦ୍ଧି ପାଉଛି । ଏହାକୁ ନେଇ ଚିନ୍ତାରେ ଗ୍ରାହକ । କିନ୍ତୁ ଏବେ ସୁନା କିଣିବାକୁ ଇଚ୍ଛା କରୁଛନ୍ତି କି । ତେବେ  ଗ୍ରାହକଙ୍କ ପାଇଁ ଆସଛି ଖାସି ଖବର । ସୁନାଦର ରେ ସାମାନ୍ୟ ହ୍ରାସ ପରଇଛି ।

ଆଜି  ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୧,୬୪୦ ଟଙ୍କା ରହିଛି । ଗତକାଲି ଏହା ୯୩,୩୮୦ ଟଙ୍କା ଥିଲା । ଦର ୧୭୪୦ ଟଙ୍କା ହ୍ରାସ ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୪,୦୦୦ ଟଙ୍କା ରହିଛି । ଗତକାଲି ଏହା ୮୫,୬୦୦ ଥିଲା । ଏଥିରେ ୧୬୦୦ ଟଙ୍କା ହ୍ରାସ ପାଇଛି ।  ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୬୮,୭୩୦ ଟଙ୍କା ରହିଛି । ଗତକାଲି ଏହା ୭୦,୦୪୦ ଟଙ୍କା ଥିଲା । ଏଥିରେ ୧୩୧୦ ଟଙ୍କା ହ୍ରାସ ହୋଇଛି । ରୁପା ଦାମ୍‌ ମଧ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୮୦୦ ଟଙ୍କା ରହିଛି । ଗତକାଲି ଏହା ୧୧,୨୦୦ ଥିଲା । ଏଥିରେ ୪୦୦ ଟଙ୍କା ହ୍ରାସ ହୋଇଛି ।