ସ୍ୱଳ୍ପ ବିଦ୍ୟୁତ ଖର୍ଚ୍ଚ ,ମୋଟା ଅଙ୍କର ବିଲ୍‌

କଟକ(ଜଗନ୍ନାଥ ମହାନ୍ତି ) :- ଇଲେକ୍ଟ୍ରି ବିଲ କଲା ବେହୋସ । ସ୍ୱଳ୍ପ ବିଦ୍ୟୁତ ଖର୍ଚ୍ଚ ରେ ଆସୁଛି ମୋଟା ଆଙ୍କର ବିଲ୍ । ଯାହାକୁ ନେଇ ମୁହଁ ଖୋଲିଛନ୍ତି କଟକ ଦୋଳମୁଣ୍ଡାଇ ହରିପୁର ବାସୀନ୍ଦା ସମୀର କୁମାର ସ୍ୱାଇଁ । ନଭେମ୍ବର ମାସରେ ନେଇଥିଲେ ଘରକୁ ଇଲେକ୍ଟ୍ରି କନେକ୍ସନ୍‌। ହେଲେ ଜାଣି ନଥିଲେ ଏହି ଇଲେକ୍ଟ୍ରି ବିଲ୍ ତାଙ୍କୁ କରିବ କାଳ । ଯଦି ବିଲ୍ କଥା କହିବା , ତେବେ ଡିସେମ୍ବର ରେ ୨୮୬ , ଜାନୁଆରୀ ରେ ୬୮୦ ଟଙ୍କା କିନ୍ତୁ ହଟାତ ଫ୍ରେବ୍ରୁଆରୀ ମାସରେ ଆସିଲା ୩୩ ହଜାର ୭୨୦ ଟଙ୍କା ।

ତେବେ ଦୁଇଟି ଘରେ ମାତ୍ର ୫ ଟି ବଲ୍ ଓ ଦୁଇଟି ପଙ୍କା ଲାଗିଛି । କମ୍‌ ବିଦ୍ୟୁତ ଜାଳିବା ଓ ହାଇ ଭୋଲ୍ଟେଜର ବିଲ୍ ଆସିବା ପରେ ଏବେ ଚିନ୍ତା ରେ ଉପଭୋକ୍ତା ସମୀର । ଏନେଇ ସ୍ଥାନୀୟ ଜେଇ ଓ ଏସଡିଓଙ୍କୁ ମଧ୍ୟ ଅଭଯୋଗ ଜଣାଇଛନ୍ତି ଉପଭୋକ୍ତା । କିନ୍ତୁ ଘଟଣା କୁ ମାସେ ପୁରିଥିଲେ ସୁଦ୍ଧା ସମସ୍ୟାର ହେଉନି ସମାଧାନ । ଏପରିକି ଲାଇନ କାଟି ଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ସମୀର । ଏହି ଦିଗରେ ଶୀଘ୍ର ସମାଧାନ ପାଇଁ ଦାବି କରିଛନ୍ତି ଉପଭୋକ୍ତା ।