ବିବାହର ପ୍ରତିଶୃତି ଦେଇ ଅନ୍ୟତ୍ର ବିବାହ କରୁଥିଲା ଧୋକାବାଜ ପ୍ରେମିକ; ନ୍ୟାୟ ଦାବିରେ ଆମରଣ ଅନଶନରେ ପ୍ରେମିକା
ନ୍ୟାୟ ଦାବିରେ ପ୍ରେମିକର ବେଦୀରେ ଆମରଣ ଅନଶନରେ ପ୍ରେମିକା
ପୁରୀ : ଲଭ-ସେକ୍ସ-ଧୋକା । ପ୍ରତାରଣାର ଆଉ ଏକ କାହାଣୀ । ବିବାହର ପ୍ରତିଶୃତି ଦେଇ ଅନ୍ୟତ୍ର ବିବାହ କରୁଥିଲା ଧୋକାବାଜ ପ୍ରେମିକ । ମଙ୍ଗନରେ ପହଞ୍ଚିଗଲା ପ୍ରେମିକା । ଆଉ ନ୍ୟାୟ ଦାବିରେ ପ୍ରେମିକର ବାହାବେଦିରେ ଆମରଣ ଅନଶନରେ ବସିରହିଛି ପ୍ରେମିକା । ଏଭଳି ଅଭାବନୀୟ ଘଟଣା ନିମାପଡ଼ା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ ଦେଖିବାକୁ ମିଳିଛି । ପୁରୀର ଜନୈକ ଯୁବତୀ ଯୁବକଙ୍କ ଘରେ ପହଞ୍ଚି ଧାରଣା ଦେଇଛନ୍ତି । ସୂଚନା ଅନୁସାରେ ପୁରୀ ଟାଉନ ଥାନା ଅନ୍ତର୍ଗତ ତିଆଡ଼ି ସାହି ବାଲି ଉପର ଗ୍ରାମର ଅପର୍ତ୍ତି ମଳିକଙ୍କ ଝିଅକୁ ବଳଙ୍ଗା ତୋଟା ସହି ରବି ମଳିକଙ୍କ ପୁଅ ଦୀର୍ଘ ଦିନ ଧରି ଭଲ ପାଇ ଆସୁଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଯୁବତୀକୁ ପ୍ରତାରଣା କରିବା ପରେ ଯୁବତୀ ଯୁବକର ବିବାହ ବେଦିରେ ବସି ଧାରଣା ଦେଇଛନ୍ତି । ତେବେ ବିବାହ ରୋକିବାକୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଅଭିଯୋଗ ଅନୁସାେରେ, ପୁରୀ ଟାଉନ ଥାନା ଅଞ୍ଚଳର ଲକ୍ଷ୍ମୀ ମଲ୍ଲିକଙ୍କ ସହ ବଳଙ୍ଗା ଥାନା ତୋଟା ସାହିର ରମେଶ ଚନ୍ଦ୍ର ମଲ୍ଲିକରଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ଲକ୍ଷ୍ମୀ ଗର୍ଭବତୀ ହୋଇଥିଲେ କିନ୍ତୁ ରମେଶ ଗର୍ଭ ନଷ୍ଟ କରିଥିଲେ । ଏ ନେଇ ଲକ୍ଷ୍ମୀ ମଲ୍ଲିକ ଥାନାରେ ଅଭିଯୋଗ କରିବା ପରେ ରମେଶ ଜେଲ ଯାଇଥିଲେ । ବିବାହର ପ୍ରତିଶ୍ରୁତି ମିଳିବାରୁ ଆପୋଷ ସମାଧାନ ହୋଇଥିଲା ଓ ରମେଶ ଘର ଲୋକେ ବିବାହ ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ରମେଶ ଅନ୍ୟ ସ୍ଥାନରେ ବାହା ହେଉଥିବା ଖବର ପାଇବା ପରେ ଲକ୍ଷ୍ମୀ ମଲ୍ଲିକ ବାହାବେଦି ଉପରେ ଧାରଣାରେ ବସିଛନ୍ତି । ନ୍ୟାୟ ଦେବାକୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ରମେଶଙ୍କ ପରିବାର ଲୋକେ ଏସବୁ ମିଛ କହି ଏ ଯୁବତୀକୁ ବୋହୂ ରୁପେ ସ୍ୱୀକାର କରିବେନି ବୋଲି ସିଧାସଳଖ ମନାକରିଛନ୍ତି । ସେପଟେ ପୁଅ ଫେରାର ଥିବା ସୁଚନା ରହିଛି।