ବାଲେଶ୍ୱର: ମୃତ୍ୟୁର ଟ୍ରାକରେ ମନର କଥା । ରକ୍ତ ଜୁଡୁବୁଡୁ ପ୍ରେମର ଚିଠିଟ୍ଟ ସବୁଦିନ ପରି ସେଦିନ ବି ଛୁକ୍ ଛୁକ୍ ଶବ୍ଦ କରି ରେଳ ଧାରଣା ଉପରେ ଧାଉଁଥିଲା କରମଣ୍ଡଳ । କିଏ ନିଜ ବାପାଙ୍କୁ ଦେଖା କରିବାକୁ ତ କିଏ ନିଜ ସ୍ତ୍ରୀ ପିଲାକୁ ଦେଖା କରିବାକୁ କରମଣ୍ଡଳର ସେହି କାଳସହ ବାହାରି ଥିଲେ । ପ୍ରେମିକ ପ୍ରେମିକା ନିଜ ପ୍ରେମକୁ ଅପେକ୍ଷା କରି ବସିଥିଲା ହୃଦୟର କଥା ଶୁଣିବାକୁ କିନ୍ତୁ ତହା ସଂମ୍ପୁର୍ଣ୍ଣ ହୋଇ ପାରିଲା ନାହିଁ ।
ବାସ ଖାଲି କାଗଜରେ ଲେଖା ହୋଇ ରହିଗଲା ମନରକଥା । କାଗଜ ଫର୍ଦରେ ପ୍ରେମିକ କିମ୍ବା ପ୍ରେମିକା ପ୍ରେମର ଫୁଲ ଗୋଲାପ କେତେ ଯେ, ପ୍ରେମ ସହକାରେ ଆଙ୍କିଛି ତାହା ବର୍ଣ୍ଣନା କରିଦେଉଛି ଟ୍ରାକରେ ପଡିଥିବା ରକ୍ତ ଜୁଡୁବୁଡୁ ସେହି ଡାଏରୀ । କେବଳ ସେତିକି ନୁହେଁ ତଳେ ସେ ନିଜର ମନ କଥା କହି ଆଇ ଲଭ ୟୁ, ଉପରେ ଆଇ ମିସ୍ ୟୁ ଲେଖିଥିଲା ସେ କେବେ ଜାଣି ନଥିଲା ମନର କଥା ଆଉ କେବେ ଜଣାଇ ପାରିବ ନାହିଁ ଅଧାରେ ରହିଗଲା ପ୍ରେମ କାହାଣୀ । ଏମିତି ଥିଲା ସେଦିନର ଘଟଣା…
ମୁହଁ ସଞ୍ଜର ଅନ୍ଧାରରେ ଆଗକୁ ଆଗକୁ ମାଡିଯାଉଥିଲା ଟ୍ରେନ ।ରେଳ ସହ ତାଳ ଦେଇ ଆଗକୁ ବି ବଢୁଥିଲା ହଜାର ହଜାର ଯାତ୍ରୀଙ୍କ ସ୍ୱପ୍ନ ।ଲୁହାର ଟ୍ରାକରେ ଦୌଡୁଥିବା ଲୁହାର ଶଗଡିଟା ଦୁର୍ଘଟଣାଗ୍ରସ୍ତ ହେବା ପରେ ବିପର୍ୟ୍ୟସ୍ତ ହୋଇ ପଡିଥିଲା ପ୍ରାଣହୀନ ଶରୀର ।ଏଣେତେଣେ ଛିଟକି ପଡିଥିଲା ଦେହର ଛିନ୍ନ ଖଣ୍ଡମାନ । ବିଦାରି ହୋଇ ବିଛାଡି ପଡିଥିଲା ଆହତମାନଙ୍କ ମାଂସଖଣ୍ଡ । ଆଉ ୟାରି ଭିତରେ ଶକ୍ତ ଦୁର୍ଘଟଣାର ଶିକାର ହୋଇ ଆହତ ବି ହୋଇଥିଲା ଏକ ଅଭିଶପ୍ତ ପ୍ରେମକାହାଣୀ ।
ମୃତ୍ୟୁର ଉପତ୍ୟାକାରେ ରକ୍ତ ଜୁଡୁବୁଡୁ ହୋଇ ରେଳ ଧାରଣା କଡରେ ଏ ପ୍ରେମର କବିତା ଉଦ୍ଧାର ପାଇଁ ଆର୍ତ୍ତ କ୍ରାର ବି କରୁଥିଲା । କିନ୍ତୁ ନିର୍ଜୀବ ଏ ବସ୍ତୁର ବେଦନା ସେହି ବାହାନଗାରେ ହିଁ ଶେଷ ହୋଇଗଲା ।ମୃତ୍ୟୁର ଟ୍ରାକ ଉପରେ ପଡିଥିବା ମୁକୁଳା ବ୍ୟାଗ ପାଖରୁ ଏ ଡାଏରୀ ଉଦ୍ଧାର ହେବା ପରେ ସାମ୍ନାକୁ ଆସିଥିଲା ଗୋଟେ ଦୁର୍ଘଟଣାଗ୍ରସ୍ତ କ୍ଷତାକ୍ତ ପ୍ରେମର କାହାଣୀ ।ଯେଉଁଠି ଲୁହାର ଟ୍ରାକ ଉପରେ ଲହୁଲୁହାଣ ଲାଲ ଗୋଲାପ ।ଲେଖା ସିନା ଅଛି, ହେଲେ ଲେଖକର ଖୋଜ ଖବର ନାହିଁ ।