ଆନ୍ଧ୍ରରେ ହଜିଲା ଗାଡି ଓଡ଼ିଶାରେ ମିଳିଲା

ଭୁବନେଶ୍ୱର : ଆନ୍ଧ୍ରରେ ହଜିଲା, ଓଡିଶାରେ ମିଳିଲା । ଆନ୍ଧ୍ରପ୍ରଦେଶରୁ ଚୋରି ହୋଇଥିବା ବୁଲେଟ ଭୁବନେଶ୍ୱରରୁ ମିଳିଛି । ଆଉ ଆନ୍ଧ୍ରପ୍ରଦେଶରୁ ଆସି ବୁଲେଟ୍ ନେଇଛନ୍ତି ଗାଡି ମାଲିକ । ବୁଲେଟ ପାଇ ଓଡ଼ିଶା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଗାଡି ମାଲିକ ।ତେବେ ଚୋରଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ମୋଟର ସାଇକେଲ ଉପଯୁକ୍ତ ଲୋକଙ୍କୁ ଫେରାଇଛି କମିଶନରେଟ୍ ପୋଲିସ ପାଖାପାଖି ୮୦ଟି ମୋବାଇଲ, ୨୭ଟି ଚୋରି ବାଇକ ମାଲିକଙ୍କୁ ଫେରାଇଛି ପୋଲିସ ଚଳିତ ବର୍ଷ ପାଖାପାଖି ୮୦୦ ମୋବାଇଲ ସହ ୧୬୭ଟି ଚୋରି ବାଇକ୍ ମାଲିକଙ୍କୁ ଫେରାଇଲାଣି ପୋଲିସ