ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌; ୮ ମୃତ, ୨୦ ଗୁରୁତର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗଣେଶ ଭସାଣ ବେଳେ ବଡ଼ ଅଘଟଣ । ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ । ଘଟଣାସ୍ଥଳରେ ୮ ଜଣ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ଏକାଧିକ ହସ୍ପିଟାଲ୍‌ରେ ଭର୍ତ୍ତି । କର୍ଣ୍ଣାଟକର ହସନ ଜିଲ୍ଲାରେ ଏନ୍‌ଏଚ୍‌-୩୭୩ରେ ଘଟିଛି ଏହି ଅଘଟଣ ।

ସୂଚନା ଅନୁସାରେ, କର୍ଣ୍ଣାଟକର ହସନ ଜିଲ୍ଲାରେ ଏନ୍‌ଏଚ୍‌-୩୭୩ରେ ଗଣେଶ ଭସାଣ ଚାଲିଥିବା ବେଳେ ଏକ ଟ୍ରକ ଭାରସ୍ୟାମ ହରାଇ ଲୋକଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଥିଲେ । ଗୁରୁତର ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶୋଭାଯାତ୍ରାକୁ ବନ୍ଦ କରିଥିବା ବେଳେ ଦୁର୍ଘଟଣା ପଛର କାରଣ ଖୋଜୁଛି । ଟ୍ରକ କିଭଳି ହଠାତ୍ ନିୟନ୍ତ୍ରଣ ହରାଇଲା ତାହା ଏଯାଏଁ ଅସ୍ପଷ୍ଟ । ଦୁର୍ଘଟଣା ସମୟର ଛାତିଥରା ଭିଡିଓ ସାମ୍ନାକୁ ଆସିଛି ।