ଭୁବନେଶ୍ବର : ଗଡିଲା ରୁକୁଣା ରଥ। ମାଉସୀ ମା’ ଘର ଗଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି ମହାପ୍ରଭୁ ଲିଙ୍ଗରାଜ । ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ପୁଲିସ ଓ ସ୍ବେଚ୍ଛାସେବୀଙ୍କ କର୍ଡନରେ ରଥଟଣା ଆରମ୍ଭ ହୋଇଛି। ରଥଟଣାରେ ହଜାର ହଜାର ଶ୍ରାଦ୍ଧାଳୁ ସାମିଲ ହୋଇଛନ୍ତି।

ନିର୍ଦ୍ଧାରିତ ସମୟର ଦେଢ ଘଣ୍ଟା ବିଳମ୍ବରେ ରଥଟଣା ଆରମ୍ଭ ହୋଇଛି । ପୂର୍ବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ହେବ ବୋଲି ନୀତିନିଘଣ୍ଟ କରାଯାଇଥିଲା । କିନ୍ତୁ ଆଜି ପ୍ରାୟ ସାଢେ ୫ଟା ୨୦ ସମୟରେ ରଥଟଣା ଆରମ୍ଭ ହୋଇଥିଲା । ଆଜି ଦିନ ସାଢେ ୧୨ଟା ବେଳେ ଲିଙ୍ଗରାଜ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବାର ଯୋଜନା ଥିଲେ ବି ଏଥିରେ ବହୁ ବଳମ୍ବ ହୋଇଥିଲା। ଏଣୁ ରଥଟଣାରେ ବିଳମ୍ବ ହୋଇଛି।