ପୁରୀ: ଆଜି ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ମେଣ୍ଢାପୋଡି ନୀତି । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମେଣ୍ଢାପୋଡା ନୀତି ଅନୁଷ୍ଠିତ ହେବ । ଏହି ନୀତି ଦୋଳ ପୂର୍ଣ୍ଣିମା ପୂର୍ବଦିନ ଅନୁଷ୍ଠିିତ ହୋଇଥାଏ । ଏଥିପାଇଁ ଆଜି ମଧ୍ୟାନ୍ନଧୂପ ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳବେଦିକୁ ବିଜେ କରିବେ । ଏହି ନୀତିରେ ଗଜପତିଙ୍କ ପ୍ରତିନିଧି ମୁଦରସ୍ତଙ୍କ ଉପସ୍ଥିତରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ହୋମ , ଦେବନୀତି ଓ ବନ୍ଦାପନା ଅନୁଷ୍ଠିତ ହେବ । ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳ ସ୍ୱରୁପ ଏହି ମେଣ୍ଢାପୋଡା ନୀତି ଅନୁଷ୍ଠିତ ହୋଇଥାଏ ।