ଭୁବନେଶ୍ୱର: ଲୁଟ କରିବାର ପାଇଥିଲେ ନୂଆ ଟେକନିକ । ଅଭିନବ ଉପାୟରେ ଲୋକଙ୍କୁ ଲୁଟ କରୁଥିଲା ଗୋଟିଏ ଗ୍ୟାଙ୍ଗ । କିନ୍ତୁ ଆଜି ପୋଲିସ ଆଗରେ ଫେଲ ମାରିଲା ସବୁ ପ୍ରୟାସ । ୩ ଚୋରଙ୍କ ସହ ଟିମ ଲିଡର ସେକ ରାଜାକୁ ପୋଲିସ କାବୁ କରିଛି । ରାଜଧାନୀର ଲୁଟେରା ଛକରେ ଲୁଟ କରୁଥିବା ବେଳେ ଫସିଗଲା ଲୁଟେରା ଗ୍ୟାଙ୍ଗ ।
ବାଦାମବାଡିରୁ ବରମୁଣ୍ଡା ଏବଂ ଓଏମପିରୁ ଚଣ୍ଡିଖୋଲ ଥିଲା ଲୁଟେରାଙ୍କ ଲୁଟର ରୁଟ । ବସରେ କୃତ୍ରିମ ଭାବେ ଗହଳି କରି ଲୁଟି ନେଉଥିଲେ ଟଙ୍କା । ଲୁଟିବା ପରେ ଅଟୋରେ ଖସି ପଳାଇଯିବା ଥିଲା ସେମାନଙ୍କର ଟେକନିକ । ତେବେ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ସେମିତି ଆଜି ଏମାନଙ୍କର ଖେଳ ଉପରେ ପଡିଛି ପୋଲିସ ବାବୁଙ୍କ ଛାଟ । ଏମାନଙ୍କ ନାଁରେ ୫୦ରୁ ଅଧିକ ମାମଲା ରୁଜୁ ହୋଇଥିଲା ବେଳେ ଆଜି ଭୁବନେଶ୍ୱରର ରୂପାଲି ଛକରୁ ପୋଲିସ ଗିରଫ କରିଛି । ଜଣେ ବୃଦ୍ଧଙ୍କ ନିକଟରୁ ଲୁଟ କରିଥିବା ବେଳେ ଧରା ପଡିଛି ଏହି ଲୁଟେରା ଗ୍ୟାଙ୍ଗ । ପୋଲଇସ ଚଢାଉରେ ୩ ଜଣ ଚୋରଙ୍କ ସମେତ ଗ୍ୟାଙ୍ଗ ଲିଡର ସେକ ରାଜାକୁ ମଧ୍ୟ ପୋଲିସ ଗିରଫ କରିଛି ।