ଦିନ ଦ୍ୱିପହରେ ବନ୍ଧୁକ ଲଗାଇ ଲୁଟି ନେଲେ ୧୨ କୋଟର ସୁନା ଓ ହୀରା ଅଳଙ୍କାର

0

ଯାଜପୁର : ଯାଜପୁର ରୋଡରେ ସୋ ରୁମ୍ ଲୁଟ କଲେ ୭ ଜଣ ଡକାୟତ । ଆଜି ମଧ୍ୟାହ୍ନରେ ଘଟିଯାଇଛି ଏଭଳି ଘଟଣା | ସହରରେ ଦୀର୍ଘ ଦିନରୁ ବ୍ୟବସାୟ କରୁଥିବା ସିନକୋ ଗୋଲ୍ଡ ସୁନା ଦୋକାନରୁ ପାଖାପାଖି ୧୨ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଜଣାଯାଇଛି। ଗ୍ରାହକ ରୂପରେ ସୋ ରୁମକୁ ଆସିଥିଲେ ଡକାୟତି ଗ୍ୟାଙ୍ଗ । ପରେ କର୍ମଚାରୀ ଓ ଗ୍ରାହକଙ୍କୁ ମାଡମାରି ଲୁଟିଲେ ସୁନା ।

ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧.୩୦ ସମୟରେ ୨ ଜଣ ବ୍ୟକ୍ତି ଗ୍ରାହକ ସାଜି ସୋରୁମ ଭିତରକୁ ପ୍ରବେଶ କରିଥିଲେ। ଏହାରି ଭିତରେ ସେମାନେ ସୁନା ଦେଖିବାକୁ କହିଥିବାବେଳେ ଜଣେ ଶୌଚାଳୟକୁ ଯାଇ ବାହାରେ ଥିବା ସହଯୋଗୀଙ୍କୁ ଫୋନ କରିଥିଲା। ପରେ ଅନ୍ୟ ୩ ଜଣ ପ୍ରବେଶ କରିଥିବା ମୋଟ ୭ ଜଣ ‌ସୋରୁମ ଭିତରକୁ ଯାଇଥିଲେ।

ସେମାନେ ସୋରୁମର କର୍ମଚାରୀମାନଙ୍କୁ ଗୋଟିଏ ସ୍ଥାନରେ ବସାଇ ହାତ ବାନ୍ଧି ବନ୍ଧୁକରେ ଭୟଭୀତ କରି ୧୨ କର୍ମଚାରୀ ଓ ଗ୍ରାହକଙ୍କୁ ବାଥରୁମରେ ବନ୍ଦ କରିଥିଲେ । ସେହି ସମୟରେ କିଛି ‌ଲୁଟେରା ପୁରା ‌ସୋରୁମରେ କଳାକନା ବୁଲାଇ ଦେଇଛନ୍ତି। ପ୍ରାୟ ୧୨ କୋଟି ଟଙ୍କାର ଗହଣା ଲୁଟିନେଲେ ଡକାୟତ । ତେବେ ଖବର ପାଇ ଯାଜପୁର ରୋଡ ପୁଲିସ ପହଞ୍ଚି ଅନୁସଂଧାନ ଆରମ୍ଭ କରିଛି। ସହରର ଭିତରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି।