(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ସମଗ୍ର ଓଡ଼ିଶାରେ କରୋନା ଦ୍ୱିତୀୟ ଲହରୀର ପ୍ରଭାବ ବଢିବା ସହ କ୍ରମାଗତ ଭାବରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରୁ ଅନେକ ଜଣ ଏଥିରେ ମୃତ୍ୟୁ ବରଣ କଲେଣି । ଏହି କରୋନା ପଜିଟିଭର ଚେନ୍ କୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ମେ ୧୯ ପର୍ୟ୍ୟନ୍ତ ଓଡିଶାବ୍ୟାପୀ ଲକଡାଉନ୍ ଘୋଷଣା କରିଛନ୍ତି। ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି । ହିଂଜିଳି ପୋଲିସ ତରଫରୁ ଆର ଏମ ସି ସମେତ ଅନ୍ୟ ଛକ ମାନଙ୍କରେ କଡାକଡି ଚେକିଂ ଜାରି ରହିଛି। ଲକଡାଉନ ସମୟରେ କେବଳ ଜରୁରୀକାଳୀନ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ସକାଳ ୬ଟା ରୁ ଦିନ ୧୨ଟା ପର୍ୟ୍ୟନ୍ତ ରାସନ ସାମଗ୍ରୀ, କ୍ଷୀର ଦୋକାନ, ଫଳ ଦୋକାନ ଆଦି ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଚାଲି ଚାଲି ଯାଇ ପରିବା ଆଣିବାକୁ ଅନୁମତି ଦିଆଯିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ବଣ୍ଟନ ମଧ୍ୟ ଚାଲୁ ରହିବ ଏହି ସମୟରେ ସମସ୍ତ ଯାନବାହନ କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ କେବଳ ବ୍ୟାଙ୍କ କର୍ମଚାରୀ,ହସ୍ପିଟାଲ କର୍ମଚାରୀ,ଡେଲିଭରି ବୟ ଓ ଗଣମାଧ୍ୟମ କର୍ମୀ ମାନଙ୍କ ସମେତ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତି ବିଶେଷଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା ।