ଋାୟପୁର: କୋରୋନା ଭୂତାଣୁ ସାରା ଦେଶରେ ହାହାକାର ପକାଇଥିବା ବେଳେ ଦିଲ୍ଲୀ , ଛତିଶଗଡ ଇତ୍ୟାଦି ରାଜ୍ୟରେ ତାଣ୍ଡବ କରୁଛି ଏହି ମହାମାରୀ । ସେଥିପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଭଳି ପଦକ୍ଷେପ ନିଆଯାଇଛି । ଛତିଶଗଡରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯାଇଥିବାରୁ ସେଠାକାର ସରକାର ମଧ୍ୟ ଲକଡାଉନ ଘୋଷଣା କରିଛନ୍ତି । ତେବେ ସମସ୍ତ ଜିଲ୍ଲାରେ ଏକା ସାଙ୍ଗରେ ଲକଡାଉନ ନ ହୋଇ ଅଲଗା ଅଲଗା ସମୟରେ କରାଯିବ ବୋଲି ସୂଚନା ରହିଛି । ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ ହୋଇଛି । ରାଜ୍ୟର ୨୭ଟି ଜିଲ୍ଲାରେ ଭିନ୍ନ ତାରିଖରେ ଲକଡାଉନ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସୁକମା ଜିଲ୍ଲାରେ ଆଜି ସନ୍ଧ୍ୟା ୬ରୁ ସକାଳ ୭ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ଛତିଶଗଡରୁ ମୋଟ ୧୩,୮୩୪ ଜର କୋରୋନାରେ ଆକ୍ରାନ୍ତ ହେବା ୧୬୪ ଜଣଭ୍କ ମୃତ୍ୟୁ ଘଟିଛି । ତେଣୁ ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଛତିଶଗଡରେ ଆଜି ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୫୮,୬୭୪ ରେ ପହଞ୍ଚିଥିବା ବେଳେ ୧,୨୯ ହଜାରରୁ ଅଧିକ ରହିଛି ଆକ୍ଟିଭ କେସ । ସେପଟେ ରାଜ୍ୟରେ ୬୦୮୩ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି ।