ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ୭ଦିନିଆ ଲକଡାଉନ

୨୯ ଏପ୍ରିଲରେ ଶୁକ୍ରବାର ଦିନ ଆଠଟାରୁ ମଙ୍ଗଳବାର ସକାଳ ସାତଟା ପର୍ଯ୍ୟନ୍ତ ଲକଡାଉନ

(ଉତ୍ତରପ୍ରଦେଶ) : ଦିଲ୍ଲୀ ପରେ ଉତ୍ତର ପ୍ରଦେଶରେ ମେ ୧୭ ଯାଏଁ ବଢିଲା ଲକଡାଉନ ସମୟ । ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଲକଡାଉନ କଟକଣା ବେଳେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ।
ସୂଚନାନୁଯାୟୀ,ପୂର୍ବରୁଯୋଗୀ ସରକାର ୨୯ ଏପ୍ରିଲରେ ଶୁକ୍ରବାର ଦିନ ଆଠଟାରୁ ମଙ୍ଗଳବାର ସକାଳ ସାତଟା ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିଲେ। ଏହାପରେ ଏହାକୁ ମେ ୩ରୁ ମେ ୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ ଏହାକୁ ମେ ୧୦ ଯାଏଁ ବୃଦ୍ଧି କରାଯାଇଥିଲା। ତେବେ ପୁଣି ଥରେ ଲକଡାଉନ ଅବଧିକୁ ରାଜ୍ୟ ସରକାର ମେ ୧୭ ଯାଏଁ ବୃଦ୍ଧି କରିଛନ୍ତି।