ପାରାଦ୍ୱୀପ(ପ୍ରଶାନ୍ତ କୁମାର ସ୍ୱାଇଁ): ଧୀରେ ଧୀରେ ଅଶାନ୍ତ ହୋଇପଡୁଛି ଢ଼ିଙ୍କିଆ ଅଞ୍ଚଳ । ଚାଲିଛି ଘନଘନ ବୈଠକ । ଭିଟାମାଟିର ସୁରକ୍ଷା ପାଇଁ, ଗ୍ରାମର ସମସ୍ତେ ଏକତ୍ରିତ ହୋଇ ଚଳାଇଛନ୍ତି ପ୍ରସ୍ତୁତି ।
ପ୍ରଶାସନ ତରଫରୁ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କୁ ପ୍ରତାରଣା ନେଇ ଢ଼ିଙ୍କିଆ ଗ୍ରାମବାସୀ କରିଛନ୍ତି ଅଭିଯୋଗ । ପୋସ୍କୋ ଚାଲିଯିବା ପରି ଜିନ୍ଦଲ ତାର ପ୍ରକଳ୍ପ ସ୍ଥାନାନ୍ତର କରିବା ନେଇ ଗ୍ରାମବାସୀ ଙ୍କ ଦାବି ଜୋର ଧରିଛି । ଯେଉଁ ଜଙ୍ଗଲ ଜମିରେ ନିର୍ଭର କରି ଆସୁଛନ୍ତି ସେହି ଜମିକୁ କମ୍ପାନୀ କୁ କଦାପି ଦିଆଯିବ ନାହିଁ । ଧାନ, ପାନ, ମୀନ କୁ ନେଇ ପରିଚିତ ଢ଼ିଙ୍କିଆରେ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ କୁ ବିରୋଧ କରିବା ସହିତ ସ୍ଥାନୀୟ ଅଞ୍ଚଳ ରେ ପୋଲିସ ଓ ପ୍ରଶାସନର ବର୍ବରତା ବିରୁଦ୍ଧରେ ମେଳି ବାନ୍ଧିଛନ୍ତି ଗ୍ରାମବାସୀ । ଆଜି ଢ଼ିଙ୍କିଆ ଫୁଲଖାଇ ମନ୍ଦିର ପରିସରରେ ଢ଼ିଙ୍କିଆ ଗ୍ରାମର ଶତାଧିକ ପୁରୁଷ ମହିଳା ଏକତ୍ରିତ ହୋଇ ଜିନ୍ଦଲ ପ୍ରକଳ୍ପ କୁ ବିରୋଧ କରି ବୈଠକ କରିଥିଲେ ।
ପୋସ୍କୋ ଚାଲିଯିବା ପରେ ଢ଼ିଙ୍କିଆରେ ଯେଉଁ ଭାଇଚାରାର ବନ୍ଧୁତା ଫେରିଆସିଥିଲା , ଆଜି ତାହା ପୁଣି ବିଗିଡ଼ିବାରେ ଲାଗିଛି । ଏହାର କାରଣ ପାଲଟିଛି ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ । ଯାହାକୁ ନେଇ ପୋଲିସ ପ୍ରଶାସନ ଗ୍ରାମବାସୀ ଙ୍କ ନାମରେ ବିଭିନ୍ନ ମିଥ୍ୟା ମକଦ୍ଦମା ଛନ୍ଦି ଆନ୍ଦୋଳନରତ ଢ଼ିଙ୍କିଆ ବାସୀଙ୍କୁ ଭୟଭୀତ କରାଇଛି ।
ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରକଳ୍ପ ନିର୍ମାଣ ସମୟରେ ଦିଆଯାଇଥିବା ପ୍ରତିଶୃତି ପାଣିରେ ଗାର ପାଲଟିଛି । ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳ ର ଜଙ୍ଗଲ ଓ ପରିବେଶ ସମ୍ପୂର୍ଣ ଊଲଙ୍ଘନ ପାଇଯିବ । ତେଣୁ ଏହି ଅଞ୍ଚଳ ରେ ପ୍ରକଳ୍ପ ନିର୍ମାଣ କୁ ଘୋର ବିରୋଧ କରିବା ପାଇଁ ଆନ୍ଦୋଳନ ସଭାରେ ଯୋଡି ହୋଇଛନ୍ତି ଓଡିଶା ର ବରିଷ୍ଠ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ,ଓଡିଶା ର ବରିଷ୍ଠ ସାମ୍ବାଦିକ ରବୀ ଦାସ, କୃଷକ ନେତା ଲିଙ୍ଗରାଜ ପ୍ରଧାନ ,ପଟାମୁଣ୍ଡାଇ ର ପୂର୍ବତନ ବିଧାୟକ ରାଧାକାନ୍ତ ସେଠି । ଏକ ଶସ୍ୟଶ୍ୟାମଳା ଉର୍ବର ଜମିରେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ର କାର୍ୟ୍ୟପନ୍ଥା କୁ କରିଛନ୍ତି ତୀବ୍ର ବିରୋଧ
ପୋସ୍କୋ ଯାଇଛି ଜିନ୍ଦଲ ଯିବ> ..,ଏ ନେଇ ଦୀର୍ଘ ବର୍ଷ ପରେ ଆନ୍ଦୋଳନକୁ ତୀବ୍ର କରିଛନ୍ତି ଢ଼ିଙ୍କିଆ ଗ୍ରାମବାସୀ । ନିଜର ଭିଟାମାଟି କୁ କଦାପି କମ୍ପାନୀ କୁ ହସ୍ତାନ୍ତର କରିବାକୁ ଦେବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି